ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
![](https://thetruths.in/wp-content/uploads/2021/07/Bajrang-Dal.jpg)
- ରାଜ୍ୟରେ ଗୋ-ସୁରକ୍ଷା ଆଇନକୁ ସରକାର ସଠିକ୍ ଭାବେ ପାଳନ କରିବାକୁ ଦାବି
ହାଇଦ୍ରାବାଦ : ତେଲେଙ୍ଗାନାରେ ଗୋ ହତ୍ୟା ନିଷେଧ ସମ୍ବନ୍ଧିତ ଆଇନର ସଠିକ୍ ଭାବେ ପାଳନ କରାଯାଉନଥିବାରୁ ଏହାର ପ୍ରତିବାଦରେ ବଜରଙ୍ଗ ଦଳର କାର୍ଯ୍ୟକର୍ତା ଆଜି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ।
ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ସୁଭାଷ ଚନ୍ଦ୍ର ଏନେଇ ସୂଚନା ଦେଇ କହିଛନ୍ତି ଯେ, ଗୋସୁରକ୍ଷା ନେଇ ଆଇନ ପ୍ରଣୟନ ହୋଇଥିବା ସତ୍ୱେ କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ସହରକୁ ଗୋଚାଲାଣ କରାଯାଉଛି । ରାଜ୍ୟରେ ଗୋ ସୁରକ୍ଷା ଆଇନକୁ ସରକାର ସଠିକ୍ ଭାବେ ପାଳନ କରିବାକୁ ସେ ଦାବି କରିଛନ୍ତି । ଯାହାର ପ୍ରତିବାଦରେ ବଜରଙ୍ଗ ଦଳର କାର୍ଯ୍ୟକର୍ତା ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ । ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସଂଖ୍ୟାରେ ଗୋ ପ୍ରେମୀ ଯୋଗଦେବାକୁ ସେ ଆହ୍ୱାନ କରିଛନ୍ତି ।