ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମୁହାଇଦ୍ଦିନ ୟାସିନ୍
![](https://thetruths.in/wp-content/uploads/2021/08/Prime-Minister-Muhammeddin-Yassin-has-resigned.jpg)
- ମାଲେସିଆରେ ରାଜନୈତିକ ସଙ୍କଟ, ମିଳିଲାନି ସଂଖ୍ୟା ଗରିଷ୍ଠତା
ମାଲେସିଆ : ମାଲେସିଆରେ ଦେଖାଦେଇଛି ରାଜନୈତିକ ସଂକଟ । ଫଳରେ ପ୍ରଧାନମନ୍ତ୍ରୀ ମୁହାଇଦ୍ଦିନ ୟାସିନ୍ ସୋମବାର ଇସ୍ତଫା ପତ୍ର ଦାଖଲ କରିଛନ୍ତି । ଶାସନ କରିବାକୁ ସେ ସଂଖ୍ୟା ଗରିଷ୍ଠତାର ସମର୍ଥନ ହରାଇବା ପରେ ଏଭଳି ନିଷ୍ପତ୍ତି ନେଇଥିବା ନେଇ ଇସ୍ତଫା ଦେବା ପରେ ସେ କହିଥିଲେ । ଏଥିସହିତ ସେ ଅଳ୍ପ ସମୟ ପାଇଁ ଶାସନ କରିବା ନେତା ବି ହୋଇଛନ୍ତି ।
ଏନେଇ ବିଜ୍ଞାନ ମନ୍ତ୍ରୀ ଖୈରୀ ଜମାଲୁଦ୍ଦିନ ଲେଖିଛନ୍ତି ଯେ, ମନ୍ତ୍ରିମଣ୍ଡଳ ରାଜାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି । ଏହାପୂର୍ବରୁ ୟାସିନ୍ ସୋମବାର ମାଲେସିଆର ରାଜାଙ୍କୁ ଭେଟିବା ପାଇଁ ରାଜପ୍ରାସାଦରେ ପହଞ୍ଚିଥିଲେ । କିଛି ସମୟ ପରେ ସେ ଇସ୍ତଫା ଦେଇଥିଲେ । ୟାସିନ୍ ୧୮ ମାସ ତଳେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଦେଶରେ ମହାମାରୀ କରୋନା ଜୀବାଣୁ ସହ ଲଢୁଥିବା ଦେଶରେ ମଧ୍ୟ ଏକ ରାଜନୈତିକ ସଙ୍କଟ ଦେଖାଦେଇଛି ।