ମଧ୍ୟାହ୍ନ ଭୋଜନରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ
![](https://thetruths.in/wp-content/uploads/2022/11/Prime-Minister-Modi-meets-France-President-Imanuel-Makron-for-lunch.jpg)
ନୂଆଦିଲ୍ଲୀ : ବାଲିରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ମଧ୍ୟାହ୍ନ ଭୋଜନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିଥିଲେ ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ପ୍ରତିରକ୍ଷା, ବାଣିଜ୍ୟ ଏବଂ ପୁଂଜି ବିନିଯୋଗ ଭଳି ବିିଭିନ୍ନ କ୍ଷେତ୍ରରେ ଚାଲିଥିବା ସହଯୋଗର ସମୀକ୍ଷା କରିଛନ୍ତି । ଆର୍ଥିକ ଯୋଗଦାନର ନୂତନ କ୍ଷେତ୍ରରେ ସହଯୋଗକୁ ଆହୁରି ଦୃଢ଼ କରିବାକୁ ସେମାନେ ସ୍ୱାଗତ କରିଥିଲେ । ନେତାମାନେ ପାରସ୍ପରିକ ଆଗ୍ରହର ଆଂଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ ।