ଆଜି ୧୧ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି
![](https://thetruths.in/wp-content/uploads/2023/01/PM-Rashtriya-Bal-Award.jpg)
ନୂଆଦିଲ୍ଲୀ : ଆଜି ବିଜ୍ଞାନ ଭବନରେ ଆୟୋଜିତ ହେବ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଉତ୍ସବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ୧୧ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରିବେ ।
ସେହିପରି ଜାନୁଆରୀ ୨୪ ତାରିଖ ଦିନ ସମସ୍ତ ୧୧ଜଣ ପିଲାଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ନବସୃଜନ, ସାମାଜିକ ସେବା, ଏକାଡେମିକ୍, କ୍ରୀଡା, କଳା-ସଂସ୍କୃତି ଏବଂ ସାହସିକତା ବର୍ଗରେ ସଫଳତାକୁ ନେଇ ପିଲାମାନେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।