ଶ୍ରୀ ଦରବାର ସାହିବରେ ଦେଶର ଶାନ୍ତୀ, ପ୍ରଗତି ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କଲି – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
![](https://thetruths.in/wp-content/uploads/2023/03/3-9.jpg)
ଅମୃତସର ସାହିବ : ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରବାରଦିନ ସଚଖଣ୍ଡ ଶ୍ରୀ ହରମନ୍ଦିର ସାହିବ ଦର୍ଶନ କରିଛନ୍ତି । ସେ ଗୁରୁଦ୍ୱାର ସାହିବରେ ଦେଶପାଇଁ ପ୍ରସାଦ ଲଗାଇଛନ୍ତି ଏବଂ ଗୁରୁଙ୍କ କିର୍ତନ ଶୁଣିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାରଦିନ ଲଙ୍ଗର ହଲରେ ସମସ୍ତଙ୍କ ସହିତ ବସି ପ୍ରସାଦ ଖାଇଛନ୍ତି । ହରମନ୍ଦିର ସାହିବ ମନ୍ଦିର ଦର୍ଶନ କରିବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଶିରୋମଣି କମିଟିର ଅଧିକାରୀମାନଙ୍କ ଦ୍ୱାରା ଏହି ପବିତ୍ର ସ୍ଥାନର ଇତିହାସ ରିତିନିତି ଏବଂ ଶିଖ ପରଂପରା ସମ୍ପର୍କରେ ଅବଗତ କରାଇଥିଲେ । ଶ୍ରୀ ଦରବାର ସାହେବର ସୂଚନା କେନ୍ଦ୍ରରେ ଶିରୋମଣି କମିଟି ଦ୍ୱାରା ରାଷ୍ଟ୍ରପତିଙ୍କୁ ବିଶେଷ ଭାବରେ ସମ୍ମାନିତ ମଧ୍ୟ କରାଯାଇଥିଲା ।