ପ୍ରମିଳା ମଲ୍ଲିକ ହେବେ ବିଜେଡିର ବାଚସ୍ପତି ପ୍ରାର୍ଥୀ, କାଲି ଦାଖଲ କରିବେ ନାମାଙ୍କନ ପତ୍ର
![](https://thetruths.in/wp-content/uploads/2023/03/Revenue-Minister-Pramila-Mallik.jpg)
ଭୁବନେଶ୍ୱର : ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ବିଜେଡିର ବାଚସ୍ପତି ପ୍ରାର୍ଥୀ । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ ପ୍ରମିଳା। ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ ବାଚସ୍ପତି ନିର୍ବାଚନ ।
ସୂଚନା ଯେ, ପ୍ରମିଳା ପ୍ରଥମଥର ଜନତା ଦଳରୁ ଟିକେଟରୁ ୧୯୯୦ ମସିହାରେ ବିଧାୟିକା ଭାବେ ନିର୍ବାଚିତ ହୋଇ ବିଧାନସଭା ଆସିଥିଲେ। ପରେ ବିଜେଡ଼ି ଗଠନ ପରେ ସେ ୨୦୦୨ ମସିହାରୁ ଲଗାତାର ବିଜେଡ଼ି ଟିକେଟରୁ ନିର୍ବାଚିତ ହୋଇ ଆସୁଛନ୍ତି। ୧୯୯୦, ୨୦୦୦, ୨୦୦୪, ୨୦୦୯,୨୦୧୪ ଓ ୨୦୧୯ ମୋଟ ୬ଥର ବିଧାୟିକା ହେଲେଣି। ଏହାସହ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ପ୍ରମିଳା ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଓ ରାଜସ୍ବ ବିଭାଗ ଦାୟିତ୍ବରେ ଅଛନ୍ତି ।