କୁଲଡ଼ିହା ଅଭୟାରଣ୍ୟରୁ ଶିକାରୀ ଗିରଫ, ଦେଶୀ ବନ୍ଧୁକ ଜବଦ
![](https://thetruths.in/wp-content/uploads/2023/02/Poacher-Arrest-1024x439.jpg)
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଅଭୟାରଣ୍ୟ ରଥକାଠ ପୋଖରୀ ନିକଟରୁ ଜଣେ ଶିକାରୀ ଗିରଫ ଏବଂ ଦେଶୀ ବନ୍ଧୁକ ଜବଦ କରାଯାଇଛି ।
ସୂଚନା ଯେ, ରବିବାର ଭୋର୍ ସମୟରେ କୁଲଡ଼ିହା ଅଭୟାରଣ୍ୟକୁ କିଛି ଶିକାରୀ ପ୍ରବେଶ କରିବା ସୂଚନା ପାଇ କୁଲଡିହା ଅଭୟାରଣ୍ୟ ୨ ନିକଟସ୍ଥ ରଥକାଠ ପୋଖରୀ ଅଞ୍ଚଳରେ କିଛି ଶିକାରୀ ଶୀକାର କରିବାକୁ ଯାଇଥିବା ଖବର ପାଇ କୁଲଡ଼ିହା ରେଞ୍ଜର ଅନନ୍ତ କୁମାର ଜେନାଙ୍କ ନିର୍ଦ୍ଦେଶରେ ଆଜି ଭୋର ସମୟରେ ଚଢାଉ କରାଯାଇଥିଲା । ଘଟଣାସ୍ଥଳରୁ ୨ଜଣ ଶିକାରୀ ଖସି ଯାଇଥିବା ବେଳେ ଘଟଣା ସ୍ଥଳରୁ କେସିପୁର ପଞ୍ଚାୟତ ବେତକଟା ଅଞ୍ଚଳର ବସନ୍ତ ମଢେଇ (୨୮)ଙ୍କୁ ଗରିଫ କରିବାରେ ସଫଳ ହୋଇଥିବା ବେଳେ ଏକ ଦେଶୀ ବନ୍ଧୁକ ଜବତ କରିଥିଲେ । ଚଢ଼ାଉରେ ରେଞ୍ଜର ଶ୍ରୀ ଜେନା, ଫରେଷ୍ଟର ବିଯୟ କୁମାର ସାହୁ, ଫରେଷ୍ଟ ଗାର୍ଡ଼ ଅଞ୍ଚନ କୁମାର ଦାସଙ୍କ ସହ ପ୍ରଟେକସନ୍ ସ୍କାଡ୍ ସହଯୋଗ କରିଥିଲେ । ଶିକାରୀକୁ କୋଟ ଫରୱାର୍ଡ଼ କରାଯାଇଥିବାର ରେଞ୍ଜର ସୂଚନା ଦେଇଛନ୍ତି ।