ଟ୍ଵିଟ୍ କରି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
![](https://thetruths.in/wp-content/uploads/2022/11/PM-Narendra-Modi-5.jpg)
ନୂଆଦିଲ୍ଲୀ : ଆଜିଠୁ ୭୫ ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ହୋଇଛି। ଚଳିତ ବର୍ଷ ହୀରକ ଜୟନ୍ତୀ ପାଳନ କରୁଛି ବରଗଡ଼ ଧନୁଯାତ୍ରା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଭବ୍ୟ ଧନୁଯାତ୍ରା ଓଡ଼ିଶାର ସଂସ୍କୃତି ସହ ଜଡ଼ିତ । ଏହି ଯାତ୍ରାରମ୍ଭ ହେବା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା । ଏହି ଯାତ୍ରା ଆମ ସମାଜରେ ସଦ୍ଭାବ ଏବଂ ଖୁସିକୁ ଆହୁରି ସଶକ୍ତ କରୁ ।
— Narendra Modi (@narendramodi) December 27, 2022
ପ୍ରଧାନମନ୍ତ୍ରୀ ମଙ୍ଗଳବାର ଟ୍ଵିଟ୍ କରି ଲେଖିଛନ୍ତି ଭବ୍ୟ ଧନୁଯାତ୍ରା ଓଡ଼ିଶାର ସଂସ୍କୃତି ସହ ଜଡ଼ିତ । ଏହି ଯାତ୍ରାରମ୍ଭ ହେବା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା । ଏହି ଯାତ୍ରା ଆମ ସମାଜରେ ସଦ୍ଭାବ ଏବଂ ଖୁସିକୁ ଆହୁରି ସଶକ୍ତ କରୁ।