ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
![](https://thetruths.in/wp-content/uploads/2023/02/Delhi-Mumbai-Expressway-First-Section.jpg)
ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର ଦିଲ୍ଲୀ-ଦଉସା-ଲାଲସୋଟ ଭାଗକୁ ଉଦ୍ଘାଟନ କରିଛନ୍ତି । ଏଥି ସହ ରାଜସ୍ଥାନର ଦଉସାଠାରେ ୧୮,୦୦୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଦଉସାରେ ଏକ୍ସପ୍ରେସ ୱେର ପ୍ରଥମ ଭାଗ ଉଦଘାଟନ କରି ପିଏମ୍ ମୋଦୀ କାର୍ଯ୍ୟକ୍ରମକୁ ସମ୍ବୋଧିତ ମଧ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ୯ ବର୍ଷ ଧରି କେନ୍ଦ୍ର ସରକାର ଭିତିଭୂମି କ୍ଷେତ୍ରରେ ବିପୁଳ ପୁଞ୍ଜି ବିନିଯୋଗ କରୁଛନ୍ତି । ରାଜସ୍ଥାନ ଏହି ବିନିଯୋଗରୁ ବହୁତ ଲାଭବାନ୍ ହେବାକୁ ଯାଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗ ଅର୍ଥାତ ଦିଲ୍ଲୀ-ଦଉସା-ଲାଲସୋଟ ଭାଗ ଉଦଘାଟନ କରିଛନ୍ତି । ଏହା ସହ ରାଜସ୍ଥାନର ଦଉସାଠାରେ ୧୮,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭିତିପ୍ରସ୍ତର ସ୍ଥାପନ କରିଥିବା ଜଣାପଡ଼ିଛି । ଆଜି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର ପ୍ରଥମ ଭାଗକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ମୁଁ ଅତ୍ୟନ୍ତ ଗର୍ବିତ । ଏହା ଦେଶର ସବୁଠାରୁ ବଡ଼ ଏବଂ ଆଧୁନିକ ଏକ୍ସପ୍ରେସୱେ ମଧ୍ୟରୁ ଅନ୍ୟତମ । ବିକଶିତ ଭାରତର ଏହା ଆଉ ଏକ ବଡ଼ ଚିତ୍ର । ମୁଁ ଦଉସା ବାସିନ୍ଦା ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି । ଚଳିତ ବର୍ଷର ବଜେଟରେ ଆମେ ଭିତିଭୂମି ପାଇଁ ୧୦ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଛୁ ।
ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଦିଲ୍ଲୀ-ଦଉସା-ଲାଲସୋଟ ଭାଗ ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମୁଁ ଆଜି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗ ଦେଶକୁ ଉତ୍ସର୍ଗ କରି ଗର୍ବିତ ଅନୁଭବ କରୁଛି । ଏହା ଦେଶର ସବୁଠାରୁ ବଡ ଏବଂ ଆଧୁନିକ ଏକ୍ସପ୍ରେସୱେ ମଧ୍ୟରୁ ଅନ୍ୟତମ । ବିକଶିତ ଭାରତର ଏହା ଆଉ ଏକ ବଡ଼ ଚିତ୍ର । ମୁଁ ଦଉସା ବାସିନ୍ଦା ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି । ସେହିପରି ଗତ ୯ବର୍ଷ ଧରି କେନ୍ଦ୍ର ସରକାର ଭିତିଭୂମି କ୍ଷେତ୍ରରେ କ୍ରମାଗତ ଭାବରେ ବିପୁଳ ପୁଞ୍ଜି ବିନିଯୋଗ କରୁଛନ୍ତି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଏବଂ ପାଶ୍ଚାତ୍ୟ ଉତ୍ସର୍ଗୀକୃତ ମାଲ ପରିବହନ କରିଡର, ରାଜସ୍ଥାନ ଏବଂ ଦେଶ ପାଇଁ ପ୍ରଗତିର ଦୁଇଟି ଦୃଢ଼ ସ୍ତମ୍ଭ ହେବାକୁ ଯାଉଛି । ରାଜସ୍ଥାନର ଦଉସାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ୨୪୬କିଲୋମିଟର ରାସ୍ତା ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ଏହି ପ୍ରକଳ୍ପଗୁଡିକ ଆଗାମୀ ସମୟରେ ରାଜସ୍ଥାନ ସମେତ ସମଗ୍ର ଅଂଚଳର ଚିତ୍ର ବଦଳାଇବାକୁ ଯାଉଛି ।
ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଏହା ସମ୍ପୂର୍ଣ୍ଣ ହୋଇଥିବା ପ୍ରଥମ ପର୍ଯ୍ୟାୟ । ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ ୧ ହଜାର ୩୮୬ କିଲୋମିଟର ଲମ୍ବ ସହିତ ଭାରତର ଦୀର୍ଘତମ ଏକ୍ସପ୍ରେସୱେ ହେବ । ଏହା ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା ଦୂରତାକୁ ୧୪ ଶହ ୨୪ କିଲୋମିଟରରୁ ୧୨ ଶହ ୪୨ କିଲୋମିଟର ଅର୍ଥାତ୍ ୧୨% ହ୍ରାସ କରିବ । ଯାତ୍ରା ସମୟ ମଧ୍ୟ ୨୪ ଘଂଟାରୁ ୧୨ ଘଂଟା ପର୍ଯ୍ୟନ୍ତ ହ୍ରାସ ପାଇବ । ଏହା ଛଅଟି ରାଜ୍ୟ, ଯଥା ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ମହାରାଷ୍ଟ୍ର ଦେଇ ଯିବ । ଏଥି ସହ କୋଟା, ଇନ୍ଦୋର, ଜୟପୁର, ଭୋପାଳ, ଭଦୋଦରା ଏବଂ ସୁରଟ ଭଳି ପ୍ରମୁଖ ସହରକୁ ସଂଯୋଗ କରିବ । ନୂତନ ଭାରତରେ ଅଭିବୃଦ୍ଧି, ବିକାଶ ଏବଂ ସଂଯୋଗର ଇଞ୍ଜିନ୍ ଭାବରେ ଉତ୍କୃଷ୍ଟ ସଡକ ଭିତିଭୂମି ସଂରଚନାକୁ ଗୁରୁତ୍ୱ ଦିଆଯାଇଛି । ଦେଶରେ ଚାଲିଥିବା ଅନେକ ବିଶ୍ୱ ସ୍ତରୀୟଏକ୍ସପ୍ରେସୱେ ନିର୍ମାଣ ଦ୍ୱାରା ଅନୁଭବ କରାଯାଇ ପାରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେର ୨୪୬ କିଲୋମିଟର ଦୀର୍ଘ ଦିଲ୍ଲୀ – ଦାଉସା – ଲାଲସୋଟ ବିଭାଗ ୧୨ ହଜାର ୧୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ହୋଇଛି । ଏହା ଦ୍ୱାରା ଦିଲ୍ଲୀରୁ ଜୟପୁର ପର୍ଯ୍ୟନ୍ତ ଯାତ୍ରା ସମୟ ୫ ଘଂଟାରୁ ପ୍ରାୟ ୩.୫ ଘଂଟାକୁ ହ୍ରାସ ହେବ ।