ପ୍ଲାଷ୍ଟିକ ବୋତଲ ଶରୀର ପାଇଁ ଜହର ! କାଚ ବୋତଲରେ ପିଅନ୍ତୁ ପାଣି, ମିଳିବ ଅନେକ ଫାଇଦା
ପ୍ଲାଷ୍ଟିକର ଉଦ୍ଭାବନ ସହିତ ଦୁନିଆରେ ଅନେକ ପ୍ରକାରର କାମ ସହଜ ହୋଇଛି କିନ୍ତୁ ଆମେ ସମସ୍ତେ ଜାଣୁ ଏହାକୁ କୌଣସି ଉପାୟରେ ନଷ୍ଟ କରିବା ଅସମ୍ଭବ । ଦୈନନ୍ଦିନ ଜୀବନରେ ପାଖାପାଖି ସମସ୍ତଙ୍କ ଜୀବନ ସହ ପ୍ରତ୍ୟକ୍ଷ ବା ପରୋକ୍ଷରେ ଜଡିତ ପ୍ଲାଷ୍ଟିକ କିନ୍ତୁ ଏହି ପ୍ଲାଷ୍ଟିକ ଲୋକଙ୍କ ଜୀବନରେ ବହୁ ବିନାଶକାରୀ ପ୍ରଭାବ ପକାଇଥାଏ । ଏହାର କ୍ଷତି ଜାଣିବି ଲୋକେ ପ୍ଲାଷ୍ଟିକ ବୋତଲ ବ୍ୟବହାର କରିଥାଆନ୍ତି । ପ୍ଲାଷ୍ଟିକ ବୋତଲର ବ୍ୟବହାର ଶରୀର ପାଇଁ ଅନେକ କ୍ଷତି କରିଥାଏ । ଆପଣ ପ୍ଲାଷ୍ଟିକ ବୋତଲ ବଦଳରେ କାଚ ବୋତଲ ବା ଗ୍ଲାସର ବ୍ୟବହାର କରିପାରିବେ । ଏହା ଦ୍ବାରା ଆପଣଙ୍କୁ ଅନେକ ଉପକାରିତା ମିଳିବ ।
ଆଜିକାଲି ଅନେକ ରଙ୍ଗ ଓ ଷ୍ଟାଇଲର ପ୍ଳାଷ୍ଟିକ୍ ବୋତଲରେ ପାଣି ପିଇବା ଆମମାନଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି । କିନ୍ତୁ ଜାଣନ୍ତି କି ପ୍ଲାଷ୍ଟିକ୍ ବୋତଲ ଯେତେ ଦାମୀ ହେଉ ନା କାହିଁକି ଏସବୁ କେମିକାଲ୍ସ ଓ ବ୍ୟାକ୍ଟେରିଆରେ ଭରପୁର ।
୧- ପ୍ଲାଷ୍ଟିକ୍ ବୋତଲ ଗୁଡିକରୁ ଫ୍ଲୋରାଇଡ, ଆର୍ସେନିକ ପରି କ୍ଷତିକାରକ ରାସାୟନିକ ପଦାର୍ଥ ନିର୍ଗତ ହୁଏ, ଯାହା ମଣିଷ ଶରୀର ପାଇଁ ବିଷ ସହ ସମାନ । ତେଣୁ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବା ଅର୍ଥ ଆପଣ ଧୀମା ଜହର (ସ୍ଲୋ ପଏଜନ) ପିଉଛନ୍ତି ।
୨- ଆମ ଅଜାଣତରେ ପ୍ଲାଷ୍ଟିକ୍ ସାମାନ୍ୟ ଅଧିକ ତାପମାତ୍ରାରେ ମଧ୍ୟ ତରଳିବାକୁ ଲାଗେ । ଫଳରେ ଏଥିରୁ ଡାଅକ୍ସିନ୍ ଓ ପଲିଥିଲିନ୍ ଟେପେଫ୍ୟାଥାଲେଟ୍ ନାମକ ରସାୟନିକ ପଦାର୍ଥ ବାହାରେ, ଯାହା ସ୍ତନ କର୍କଟର ଆଶଙ୍କାକୁ ଅନେକ ମାତ୍ରାରେ ବଢାଇଦିଏ ।
୩- ଏହାସହ ବାଇଫିନାଏଲ ନାମକ ଏକ ରସାୟନ ନିର୍ଗତ ହୁଏ ଯାହା ମଧୁମେହ, ନପୁଂସକତା ପରି ସମସ୍ୟା ପାଇଁ ଦାୟୀ ।
ଆଗକୁ ପଢନ୍ତୁ
୪- ପ୍ଲାଷ୍ଟିକରେ ଫ୍ୟାଥଲେଟ୍ସ ପରି କେମିକାଲ ମହଜୁଦ୍ ଥାଏ, ଯାହା ମଣିଷ ଶରୀରରେ ଲିଭର କ୍ୟାନ୍ସର ପରି ଘାତକ ରୋଗର ଆଶଙ୍କାକୁ ବଢାଇଦିଏ ।
୫- ପ୍ଳାଷ୍ଟିକରୁ ନିର୍ଗତ ଏକାଧିକ ପ୍ରକାର ରସାୟନିକ ପଦାର୍ଥ ମନୁଷ୍ୟ ଶରୀରରେ କିଛି ଗୁରୁତ୍ୱପୂର୍ଣ୍ଣ ହରମୋନ ମାତ୍ରାକୁ ଅସନ୍ତୁଳିତ କରିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଦିଏ ।
୬- ନ୍ୟୁୟର୍କ ୟୁନିଭର୍ସିଟିର ଗବେଷକ ମାନଙ୍କ ମତାନୁସାରେ, ପ୍ଳାଷ୍ଟିକର ବହୁଳ ବ୍ୟବହାର ବିଶେଷ କରି ପ୍ଲାଷ୍ଟିକରେ ପାଣି ରଖି ପିଇବା ଉଭୟ ପୁରୁଷ ଓ ମହିଳାଙ୍କ ଠାରେ ନପୁଂସକତା ପରି ସମସ୍ୟା ସୃଷ୍ଟି କରିଥାଏ ।
୭ – ଆହୁରି ମଧ୍ୟ ଏହାଦ୍ୱାରା ମାଇଗ୍ରେନ୍ ଓ ମେଦବହୁଳତା ପରି ସମସ୍ୟା ଦେଖାଯାଏ ବୋଲି ବିଶେଷଜ୍ଞମାନେ ସେମାନଙ୍କ ଗବେଷଣାତ୍ମକ ସନ୍ଦର୍ଭରେ ଉଲ୍ଲେଖ କରିଛନ୍ତି ।
ଏପରି ସ୍ଥିତିରେ ଧ୍ୟାନ ରଖନ୍ତୁ ପ୍ଳାଷ୍ଟିକ୍ ବୋତଲରେ ନା ପାଣି ନା ଅନ୍ୟ କୌଣସି ପାନୀୟ ପିଅନ୍ତୁ ନାହିଁ । ବରଂ କାଚ ବୋତଲରେ ରଖାଯାଇଥିବା ପାଣି କିମ୍ବା କୌଣସି ମୃଦୁ ପାନୀୟକୁ ପିଅନ୍ତୁ ।ଘରେ ମଧ୍ୟ ପାଣି ରଖିବାକୁ ପ୍ଲାଷ୍ଟିକ ବୋତଲ ବଦଳରେ କାଚ ବୋତଲ ବ୍ୟବହାର କରନ୍ତୁ ।
କାଚ ବୋତଲରେ ପାଣି ପିଇବାର ଉପକାରିତା :
୧- କାଚ ଗ୍ଲାସ ବା ବୋତଲରେ ପାଣି ପିଇବା ଦ୍ବାରା ପ୍ଲାଷ୍ଟିକ ବୋତଲ ପରି ଶରୀରକୁ କ୍ଷତି ପହଞ୍ଚି ନ ଥାଏ । କାଚ ବୋତଲରେ ପାଣି ରଖିବା ଦ୍ବାରା ପାଣିର ସ୍ବାଦ ବା ବାସନାରେ କୌଣସି ପରିବର୍ତ୍ତନ ହୋଇ ନ ଥାଏ । ଅନ୍ୟପଟେ ପ୍ଲାଷ୍ଟିକ ବୋତଲରେ ପାଣିର ସ୍ବାଦ ଆଉ ବାସନା ପରିବର୍ତ୍ତନ ହୋଇଥାଏ ।
୨- ପ୍ଲାଷ୍ଟିକ ବୋତଲ ତିଆରିରେ ବିପଦଜ୍ଜନକ ରାସାୟନିକ ପଦାର୍ଥ ବ୍ୟବହୃତ ହୋଇଥାଏ । ଯାହା ଶରୀର ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇଛି । ଅନ୍ୟପଟେ କାଚ ବୋତଲ ବା ଗ୍ଲାସ ତିଆରିରେ କୌଣସି କ୍ଷତିକାରକ କେମିକାଲ ବ୍ୟବହାର କରଯାଇନାହିଁ। ଏଥିପାଇଁ କାଚ ଗ୍ଲାସ ବା ବୋତଲରେ ପାଣି ପିଇବା ଅଧିକ ନିରାପଦ ଭାବରେ ବିବେଚନା କରାଯାଇଛି ।
୩- କାଚର ବୋତଲକୁ ସଫା କରିବା ଅତି ସହଜ । ଗରମ ପାଣିରେ ଏହାକୁ ଧୋଇ ବ୍ୟବହାର କରିପାରିବେ । ଅନ୍ୟପଟେ ପ୍ଲାଷ୍ଟିକ ବୋତଲକୁ ଗରମ ପାଣିରେ ଧୋଇଲେ ପ୍ଲାଷ୍ଟିକ ତରଳି ବିପଦଜ୍ଜନକ ରାସାୟନିକ ପଦାର୍ଥ ବାହାରିଥାଏ । କାଚ ବୋତଲରେ ତାପମାତ୍ରା ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ଗରମ ରହିଥାଏ । କିନ୍ତୁ ପ୍ଲାଷ୍ଟିକ ବୋତଲରେ ଗରମ ପାଣି ରଖିବା କ୍ଷତିକାରକ ଅଟେ ।