ଲଙ୍ଗଳେଶ୍ୱର ପ୍ରେସ୍ କ୍ଲବ ପକ୍ଷରୁ ବୃକ୍ଷରୋପଣ
![](https://thetruths.in/wp-content/uploads/2022/11/Plantation-of-Trees-by-Langleswar-Press-Club-1024x452.jpg)
ଲଙ୍ଗଳେଶ୍ୱର : ବାଲିଆପାଳ ବ୍ଲକ ଲଙ୍ଗଳେଶ୍ୱର ପ୍ରେସ୍ କ୍ଲବ ପକ୍ଷରୁ ସ୍ଥାନୀୟ ସିଟି ସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ପରିସ୍ଥିତିରେ ବାୟୁମଣ୍ଡଳ ଦୂଷିତ ହେବା ସହ ଅମ୍ଳଜାନର ଘୋର ଅଭାବ ପରିଲକ୍ଷିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ସୋମବାର ଲଙ୍ଗଳେଶ୍ୱର ପ୍ରେସ କ୍ଲବ ପକ୍ଷରୁ ସିଟି ସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ ଶହେରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ କରାଯାଇ ଥିବାବେଳେ ଏହା ଭିତରେ ରହିଛି ଅନେକ ଔଷଧୀୟ ବୃକ୍ଷ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସିଟି ସ୍କୁଲର ଶିକ୍ଷକ ପ୍ରଶିକ୍ଷକ ତ୍ରିଭୁବନ ପ୍ରଧାନ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ଅଜୟ କୁମାର ବେହେରା, ଅନୁପମା ମାଝି ଯୋଗଦେଇ ବୃକ୍ଷରୋପଣର ଉପକାରିତା ଓ ପରିବେଶ ସୁରକ୍ଷା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଲଙ୍ଗଳେଶ୍ୱର ପ୍ରେସକ୍ଲବର ଏହି ମହତକାର୍ଯ୍ୟ ପାଇଁ ଅତିଥି ମାନେ ଭୂୟଶୀ ପ୍ରଶଂସା କରିଥିଲେ । ଲଙ୍ଗଳେଶ୍ୱର ପ୍ରେସ କ୍ଲବର ସଭାପତି ରଞ୍ଜନ ବେହେରା ସଂଯୋଜନା କରିଥିବା ବେଳେ ସମ୍ପାଦକ କମଳାକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବ ପକ୍ଷରୁ ବରିଷ୍ଠ ଖବରଦାତା ସୁବଲ ଚନ୍ଦ୍ର ଦାସ, ରବି ରଞ୍ଜନ ତ୍ରିପାଠୀ, ପ୍ରଦୀପ କୁମାର ଜେନା, ରାଧାଗୋବିନ୍ଦ ଦାସ, ଉମାକାନ୍ତ ମହାନ୍ତି, ପ୍ରଶାନ୍ତ ସେନାପତି, ସତ୍ୟ ରଞ୍ଜନ ସାହୁ, ଅଜିତ ସାହୁ, ଅମୂଲ୍ୟ ପଟ୍ଟାୟତ, ସିଟି ସ୍କୁଲର ଗୁରୁ ଛାତ୍ର ଜୟଦେବ ପଟ୍ଟାୟତ, ଶ୍ରୀକାନ୍ତ ନାୟକ, ସୁଶାନ୍ତ ମଣ୍ଡଳ, ତାପସ ଜେନା, ଦେବାଷିଶ ହାତୀ, ଗୌରାଙ୍ଗ ସାହୁ, ସ୍ୱରୂପ ପରିଡ଼ା, ଅଜୟ ବଙ୍କିତ, ପ୍ରଭାସ ସୋରେନ, ବିନୟ ଭୂୟାଁ, ରାମଚନ୍ଦ୍ର ହୁଇ, ରବିନ୍ଦ୍ର ମୁଖି ପ୍ରମୁଖ ସହଯୋଗ କରିଥିଲେ ।