ଶ୍ରାବଣ ମାସର ପ୍ରଥମ ସୋମବାର; ପଞ୍ଚଲିଙ୍ଗେଶ୍ୱର ପୀଠରେ ହଜାର ହଜାର କାଉଡ଼ିଆଙ୍କ ଜଳାଭିଷେକ
![](https://thetruths.in/wp-content/uploads/2023/07/Panchalingeshwar-Peetha-Kaudia-1024x768.jpg)
ନୀଳଗିରି : ଶ୍ରାବଣ ମାସର ପ୍ରଥମ ସୋମବାର । ବାବା ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠ ଚଳଚଞ୍ଚଳ । ହର ହର ମହାଦେବ, ଓଁ ନମଃ ଶିବାୟଃରେ କମ୍ପୁଥିଲା ଶୈବପୀଠ ।
ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ମଧ୍ୟରେ ନୀଳଗିରି ନିକଟ ବାବା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ । ବହୁ ବର୍ଷ ପୂର୍ବରୁ ଦେବଗିରି ପର୍ବତମାଳାର ଅଂଶବିଶେଷର ଏକ ପଥର ଖୋଲ ମଧ୍ୟରେ ଆବିର୍ଭୂତ ହୋଇଥିବା ୫ଟି ଲିଙ୍ଗଙ୍କୁ ବାବା ପଞ୍ଚଲିଙ୍ଗେଶ୍ୱର ନାମରେ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଆସୁଛନ୍ତି । ଗତ ରବିବାର କାଉଡ଼ିଆ ପର୍ଯ୍ୟଟକଙ୍କ ଗହଣରେ ପ୍ରକମ୍ପିତ ହୋଇଥିଲା ବୋଲବମ୍…ହର୍ ହର୍ ବମ୍ । ବହୁ ଦୂର ଦୂରାନ୍ତରୁ କାଉଡ଼ିଆମାନେ ବିଭିନ୍ନ ନଦୀରୁ ଜଳ ଆଣି ଚାଲି ଚାଲି ଆସିବା ସହ ୨୬୩ ଟି ପାହାଚ ଚଢ଼ି ମହାଦେବଙ୍କୁ ଜଳାଭିଷେକ କରିଥିଲେ । ସେଠାରେ ପଥର ଖୋଲରେ ରହିଥିବା ବାବାଙ୍କୁ ସ୍ପର୍ଶ କରିବା ସହ କିଏ ପୂଣ୍ୟ ଅର୍ଜନ ତ ଆଉ କିଏ ନିଜର ମନୋସ୍କାମନା ପାଇଁ ଲାଗିଥିଲା କାଉଡ଼ିଆଙ୍କ ଭିଡ଼ । କୁହାଯାଏ ଯେ ବାବାଙ୍କ ପାଖରେ ଧନୀ ଗରିବ ସମସ୍ତେ ସମାନ । ବିଶ୍ୱାସ ଅଛି, ଅନ୍ତର ମଧ୍ୟରେ ଭକ୍ତିର ସହକାରେ ବାବାଙ୍କୁ ଯିଏ ଯାହା ବି ମାଗିଛି ବାବା ପଞ୍ଚଲିଙ୍ଗେଶ୍ୱର ଅବିଳମ୍ବେ ବିପଦ ଆପଦରୁ ଉଦ୍ଧାର କରିଥାନ୍ତି । ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।