ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ
![](https://thetruths.in/wp-content/uploads/2022/03/Powerful-Explosion.png)
ଇସଲାମାଵାଦ : ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ | ସିଆଲକୋଟ୍ର କ୍ୟାଣ୍ଟୋମେଣ୍ଟ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି | ପାକିସ୍ତାନ ସିଆଲକୋଟ ସ୍ଥିତ ମିଲିଟାରୀ ବେସ୍ରେ ଥିବା ଅସ୍ତ୍ର ଡିପୋରେ ସିରିଜ ବିସ୍ଫୋରଣ ହୋଇଛି | ସୂଚନା ଅନୁସାରେ ସିଆଲ୍କୋଟ ସ୍ଥିତି ମିଲିଟାରୀ ବେସ୍ରେ ବିସ୍ଫୋରଣ ହୋଇଛି | ସେଠାରେ ଥିବା ଏକ ଗୋଳା ବାରୁଦ ଡିପୋରେ ଭୟଙ୍କର ଧରଣର ନିଆଁ ଲାଗିଥିବା ଦେଖିବାକୁ ମିଳିଛି | ତେବେ ବର୍ତ୍ତମାନ ଯାଏଁ ବିସ୍ଫୋରଣ ପଛର ପ୍ରକୃତ କାରଣ ସାମ୍ନାକୁ ଆସିନାହିଁ |
ସେପଟେ ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ସ୍ଥାନୀୟ ଲୋକେ କହିଛନ୍ତି | ଅନ୍ୟପଟେ ପାକିସ୍ତାନ ପକ୍ଷରୁ ମଧ୍ୟ ବର୍ତ୍ତମାନ ଯାଏଁ ଏହି ଘଟଣା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ | ଏଥିସହିତ ବିସ୍ଫୋରଣ ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ସେୟାର କରାଯାଉଛି | ଏହି ଭିଡିଓ ଗୁଡିକରେ, ଭୟଙ୍କର ଅଗ୍ନିକାଣ୍ଡ ସହ ଧୂଆଁ ସାମରିକ ବେସର ଉପରୁ ଉଠୁଥିବା ଦେଖିବାକୁ ମିଳିଛି |