ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବାଲେଶ୍ୱର ନଗର ଭାଜପା
ବାଲେଶ୍ୱର : ବାଲେଶ୍ୱର ନଗର ଭାଜପା ପକ୍ଷରୁ ଫାଣ୍ଡି ଛକ ଠାରେ ମିଳିତ ଜାତିସଂଘରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଜରଦାରୀ ଭୁଟ୍ଟୋ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବନ୍ଧରେ ବିବାଦୀୟ ଟିପ୍ପଣୀ ଦେଇଥିବାରୁ ଏହାକୁ ଦୃଢ଼ ପ୍ରତିବାଦ କରି କୁଶ ପୁତ୍ତଳିକା ଦାହ କରାଯାଇଛି ।
ନଗର ସଭାପତି ଚିତ୍ତ ରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ କର୍ମୀମାନେ ପାକିସ୍ତାନ ମୁର୍ଦ୍ଦାବାଦ, ବିଲାବଳ ଭୁଟ ହାୟ ହାୟ ଇତ୍ୟାଦି ନାରା ଦେଇଥିଲେ ।
ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲା ଉପ-ସଭାପତି କମଲ ଲୋଚନ ଦାସ, ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୋଭନା ମହାନ୍ତି, ପୂର୍ବତନ ଜିଲା ସଭାପତି ଲମ୍ବୋଦର ନାୟକ, ଜୋନାଲ ମିଡ଼ିଆ ସଂଯୋଜକ ସତ୍ୟଜିତ ମିଶ୍ର, ଜିଲା ମିଡ଼ିଆ ସହ ସଂଯୋଜକ ରଣଜିତ ପୃଷ୍ଟି, ଜିଲା ସାମାଜିକ ଗଣମାଧ୍ୟମ ସଂଯୋଜକ ଅରୂପ ଜେନା, ସୁବୋଧ ଚନ୍ଦ୍ର ପଣ୍ଡା, ନାରାୟଣ ମହନ୍ତ,ବିପିନ ମାରାଣ୍ଡି, ବିଜୟ ପାଣିଗ୍ରାହୀ, ଦେବାଶିଷ ଆଚାର୍ଯ୍ୟ,ମହୁଆ ପ୍ରଧାନ, ସଂଯୁକ୍ତା ମହାପାତ୍ର, ସୁସ୍ମିତା ପଣ୍ଡା, ଯୋଗେନ ରଣା,ସନାତନ ବାରିକ, ତରୁଲତା ମହାନ୍ତି, ଦେବବ୍ରତ ମିଶ୍ର, ଉମେଶ ବେହେରା, ସୁଶାନ୍ତ ବେରା,ଭାରତୀ ପାତ୍ର, ଶ୍ରୀକୃଷ୍ଣ ସାହା,ଜୟ ପ୍ରକାଶ ଦାଶ, ନିତ୍ୟ ଗୋପାଳ ସିଂହ, ଶେଖ୍ ସାନ୍ ଦାନୀ, ନସିମା ବିବି, ମନୋଜ୍ ପୋଦାର,ଭାଗ୍ୟ ରଞ୍ଜନ ନାୟକ, ଦୁର୍ଗା ପ୍ରସନ୍ନ ବେହେରା, କାର୍ତ୍ତିକ ନାଥ, ଜିତେନ୍ଦ୍ର ଷଡ଼ଙ୍ଗୀ, ଜୀବନ କୃଷ୍ଣ ପାତ୍ର,ଉମାକାନ୍ତ ଶତପଥୀ,ମଦନ ମୋହନ ଦାସ ମହାପାତ୍ର,ମଧୁଶ୍ରୀ ପଣ୍ଡା, ରାମ ଚନ୍ଦ୍ର ଭଦ୍ର, ଅମୂଲ୍ୟ ସେଠୀ, ବିଜୟ ନାୟକ, ସଞ୍ଜୀବ ପ୍ରଧାନ,କୁନା ପଡ଼ିଆରି,ଗୋଲେଖ ଦାସ, ଶିଲେନ୍ଦ୍ର ପ୍ରସାଦ ଦାଶ, ପ୍ରଶାନ୍ତି ପଣ୍ଡା,ହୃଷିକେଶ ପାତ୍ର,କଳ୍ପଲତା ବେହେରା, ଲାଲୁ ରାଜବଂଶି, ପ୍ରତାପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ |