ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର, ଏସସିବିକୁ ସ୍ଥାନାନ୍ତରିତ
![](https://thetruths.in/wp-content/uploads/2022/08/Padma-Shri-Kamala-Pujari.jpg)
କଟକ : ସାମାଜିକ କାର୍ଯ୍ୟକର୍ତ୍ତା ତଥା ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ରବିବାର ଠାରୁ ସେ କୋରାପୁଟ ଜିଲା ଡାକ୍ତରଖାନାରେ ବୟସ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଜି କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଉନ୍ନତ ଜରୁରୀ ଚିକିତ୍ସା ସକାଶେ ସ୍ୱତନ୍ତ୍ର ଆମ୍ବୁଲାନସ ଯୋଗେ ଜୟପୁରରୁ କଟକ ସ୍ଥାନାନ୍ତର କରାଯାଇଛି ।
ଦେହ ଖରାପ ଥିବାରୁ ସେ କିଛିଦିନ ହେବ ଖାଇ ନାହାନ୍ତି। ତେବେ କଥାବାର୍ତ୍ତା କରୁଛନ୍ତି। ପରିବାର ଲୋକେ ତାଙ୍କ ନିକଟରେ ଉପସ୍ଥିତ ରହିଛନ୍ତି। ଗତ ମାସକ ତଳେ ଅସୁସ୍ଥ ହୋଇ କୋରାପୁଟ ଜିଲା ଜୟପୁର ସ୍ଥିତ ମୁଖ୍ୟ ଚିକିତ୍ସାଲୟରେ ଭର୍ତି ହୋଇଥିଲେ। ପୁଣି ଅସୁସ୍ଥ ହୋଇ ଗତ ରବିବାର ଜିଲା ମୁଖ୍ୟାଚିକିତ୍ସାଳୟରେ ଭର୍ତି କରାଯାଇଥିଲା। କିନ୍ତୁ ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର ଭାବେ କିଡନୀ ରୋଗରେ ପୀଡିତ ଥିବାରୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଦିଲ୍ଲୀପ ବିଶ୍ଵାଳ ସୂଚନା ଦେଇଛନ୍ତି।