ତାଲିମ ବେଳେ ଜଣେ ଯବାନ ମୃତ, ୪ ଗୁରୁତର
![](https://thetruths.in/wp-content/uploads/2021/08/Army-training.jpg)
ଚଣ୍ଡିଗଡ଼ : ଭାରତୀୟ ସେନାର ତାଲିମ କାର୍ଯ୍ୟକ୍ରମ ବେଳେ ଅଘଟଣ । ପଞ୍ଜାବର ପଠାନକୋଟରେ ଚାଲିଥିବା ଏହି କାର୍ଯ୍ୟକ୍ରମ ବେଳେ ପ୍ରତିକୂଳ ପାଗ ଯୋଗୁଁ ଜଣେ ଯବାନ ପ୍ରାଣ ହରାଇଥିବା ବେଳେ ଆଉ ୪ ଜଣ ଯବାନଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାପଡିଛି।
ସୂଚନା ଯେ, ପଠାନକୋଟର ମାମୁନ ମିଲିଟାରୀ ଷ୍ଟେସନଠାରେ ସେନାର ୯ କୋର୍ ପକ୍ଷରୁ ଏକ ତାଲିମ ଶିବିର ଆୟୋଜନ କରାଯାଇଥିଲା । ଏହି ତାଲିମ ଅଧିନରେ ଶନିବାର ଯବାନମାନଙ୍କୁ ନିଜର ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଓଜନିଆ ଉପକରଣ ସହ ୯ କିଲୋମିଟର ଦୌଡ଼ିବାକୁ କୁହାଯାଇଥିଲା । ପ୍ରବଳ ଖରା ଏବଂ ଗରମ ମଧ୍ୟରେ ସୈନ୍ୟମାନେ ଦୌଡୁଥିବାବେଳେ ଅଂଶୁଘାତ ଯୋଗୁଁ ୩୪ ଜଣ ଯବାନ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ଜଣ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅସୁସ୍ଥ ଯବାନମାନଙ୍କୁ ପଠାନକୋଟ୍ ମିଲିଟାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ବୋଲି ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି ।