ଆଜି ରାହୁଲ ଗାନ୍ଧୀଙ୍କ ସହ ୱାନ ଟୁ ୱାନ୍ ବୈଠକ, ପିସିସି ସଭାପତି ପରିବର୍ତ୍ତନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି
![](https://thetruths.in/wp-content/uploads/2022/05/One-to-one-meeting-1024x569.jpg)
ଭୁବନେଶ୍ୱର : ଦିଲ୍ଲୀରେ ଡେରା ପକାଇଛନ୍ତି ରାଜ୍ୟ କଂଗ୍ରେସ ବିଧାୟକ ଏବଂ ଛାମୁଆ ନେତା ଗଣ। ଏହି ପରିପ୍ରେକ୍ଷୀରେ ସୋମବାର ରାହୁଲ ଗାନ୍ଧୀଙ୍କ ସହ ୱାନ ଟୁ ୱାନ୍ ବୈଠକ ହେବ। ଏଥିସହ ନୂଆ ପିସିସି ସଭାପତି ନେଇ ଚୂଡାନ୍ତ ଫଇସଲା ହେବାର ସମ୍ଭାବନା ରହିଛି । ଏଥିପାଇଁ ୯ ବିଧାୟକ, ୩ ପୂର୍ବତନ ପିସିସି ସଭାପତି ଏବଂ ଅନ୍ୟ ବରିଷ୍ଠ ନେତା ଦିଲ୍ଲୀ ଯାଇଛନ୍ତି । ୨୦୨୪ ନିର୍ବାଚନ ରଣନୀତି ଏବଂ ସଂଗଠନକୁ କିପରି ମଜବୁତ୍ କରାଯିବ ସେ ନେଇ ଆଲୋଚନା ହେବ ।
ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ସମସ୍ତ ବିଧାୟକଙ୍କ ସହିତ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ତଥା ଶରତ ପଟ୍ଟନାୟକ ମଧ୍ୟ ଦିଲ୍ଲୀ ଯାଇଥିବା ଜଣା ପଡିଛି । ଦିଲ୍ଲୀରେ କଂଗ୍ରେସ ନେତୃତ୍ୱ ସହିତ ଏହି ନେତା ମାନେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ପିସିସି ସଭାପତି ପରିବର୍ତ୍ତନ ନେଇ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ହୋଇଯିବ ବୋଲି ନିରଞ୍ଜନ ସଙ୍କେତ ଦେଇ ସାରିଛନ୍ତି । ପିସିସି ପରିବର୍ତ୍ତନ ହେବା ଆବଶ୍ୟକ ଥିବାରୁ ସେ ଇସ୍ତଫା ଦେଇଥିବା ନିରଞ୍ଜନ କହିଛନ୍ତି ।