ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମୃତ
![](https://thetruths.in/wp-content/uploads/2022/12/Electrical-Appliance-1024x768.jpg)
ରାଇବଣିଆ : ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର ଶ୍ରୀରାମପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଭାନୁ ଚରଣ ମଲ୍ଲିକଙ୍କ ପୁତ୍ର ଦୂର୍ଯ୍ୟୋଧନ ମଲ୍ଲିକ (୫୦) ଚାଷ କାର୍ଯ୍ୟ ପାଇଁ ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ନିଜ ବିଲରେ ଥିବା ଏକ ସେଲୋରୁ ପାଣି ଛାଡ଼ିବାକୁ ଯାଇ ମେନ୍ସୁଇଚ୍ ଅନ୍ କରିବାରୁ ସେଥିରୁ ବିଦ୍ୟୁତ୍ ଆଘାତ ଖାଇ ଟଳି ପଡ଼ିଥିଲେ ଏବଂ ସେହିଠାରେ ହିଁ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଦେଖି ଘରକୁ ନେଇ ଆସିଥିଲେ । ଦୁର୍ଘଟଣା ପରେ ପରିବାର ଏବଂ ଗାଁରେ ଶୋକର ଛାୟା ଖେଳି ଯାଇଛି ।
ଉକ୍ତ ବ୍ୟକ୍ତିଙ୍କର ଦୁଇ ପୁଅ ଏବଂ ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଛନ୍ତି । ସରପଞ୍ଚ ଆଲୋକ କୁମାର ଗିରି ଓ ସମିତିସଭ୍ୟ ଗୋପାଳ ଚନ୍ଦ୍ର ସାମଲ ପହଞ୍ôଚ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ପରିବାର ତରଫରୁ ସରକାରଙ୍କୁ କ୍ଷତି ପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି । ଶବ ବ୍ୟବଚ୍ଛଦ ପାଇଁ ଜଳେଶ୍ୱରର ଡାକ୍ତର ଖାନାକୁ ପଠା ଯାଇଛି ।