ଓମିକ୍ରନ ଆତଙ୍କ : ବ୍ରିଟେନରେ ଓମିକ୍ରନ୍ ନେଲା ପ୍ରଥମ ଜୀବନ
![](https://thetruths.in/wp-content/uploads/2021/12/Omicron-Terror.jpg)
ବେଜିଂ : ମହାମାରୀ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନରେ ବର୍ତ୍ତମାନ ସୁଦ୍ଧା କୌଣସି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ନଥିବା ବେଳେ ବ୍ରିଟେନରେ ଓମିକ୍ରନ୍ ନେଲା ପ୍ରଥମ ଜୀବନ। ବିଶ୍ୱରେ ଓମିକ୍ରନ୍ ଭ୍ୟାରିଏଣ୍ଟ ଯୋଗୁ ମୃତ୍ୟୁର ଏହା ହେଉଛି ପ୍ରଥମ ମାମଲା। ପ୍ରାଣ ହରାଇଥିବା ସଂକ୍ରମିତ ଜଣଙ୍କ କୋଭିଡର ନୂଆ ଭ୍ୟାରିଏଣ୍ଟରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ସ୍ପଷ୍ଟ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଓମିକ୍ରନ ସଂଙ୍କଟ ସାମ୍ନାକୁ ଆସିବା ପରେ ବ୍ରିଟେନ ସରକାର ଯୁଦ୍ଧାକାଳୀନ ଭିତ୍ତିରେ ବୁଷ୍ଟର ଡୋଜ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିଥିବା ମଧ୍ୟ କହିଛନ୍ତି ବୋରିସ ।
ପ୍ରଧାନମନ୍ତ୍ରୀ ଜନସନ ପଶ୍ଚିମ ଲଣ୍ଡନରେ ଏକ ଟିକାକରଣ କେନ୍ଦ୍ର ପରିଦର୍ଶନ କରିବା ଅବସରରେ କହିଛନ୍ତି, ବ୍ରିଟେନର ନୂଆ ଭୂତାଣୁ ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ରହିଛି । ଦେଶରେ ବର୍ତ୍ତମାନ ଜଣଙ୍କ ମୃତ୍ୟୁ ସାମ୍ନାକୁ ଆସିଥିବାବେଳେ ଇଂଲଣ୍ଡରେ ଜାତୀୟ କୋଭିଡ ଆଲର୍ଟ ଜାରି କରାଯାଇଛି । ଟିକାକରଣକୁ ତ୍ବାରନ୍ବିତ କରାଯିବା ସହ ବୁଷ୍ଟର ଡୋଜ ପ୍ରଦାନ ଉପରେ ମଧ୍ୟ ପ୍ରାଥମିକତା ଦିଆଯାଉଛି ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ତଥ୍ୟ ଅନୁସାରେ, ଏହି ନୂଆ ପ୍ରଜାତି ଓମିକ୍ରନ ଡେଲ୍ଟା ଷ୍ଟ୍ରେନ୍ ଅପେକ୍ଷା ଅଧିକ ସଂକ୍ରାମକ । ବର୍ତ୍ତମାନର ବ୍ରିଟେନ ସ୍ଥିତିକୁ ଦେଖି ୨୦୨୨ ସୁଦ୍ଧା ବ୍ରିଟେନରେ ୭୪,୮୦୦ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାର ଆଶଙ୍କା ମଧ୍ୟ କରିଛନ୍ତି କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ ।