ଓଡ଼ିଶା କ୍ୟାଡର ଆଇଏଏସ ରାଜେଶ ବର୍ମା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଚିବ ନିଯୁକ୍ତ
![](https://thetruths.in/wp-content/uploads/2022/08/Odisha-Cadre-IAS-Rajesh-Verma-1024x576.jpg)
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଚିବ ଭାବେ ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ରାଜେଶ ବର୍ମାଙ୍କୁ ନିଯୁକ୍ତ କରାଯାଇଛି । ୧୯୮୭ ବ୍ୟାଚ୍ ଆଇଏଏସ ରାଜେଶ ବର୍ମା ବର୍ତ୍ତମାନ କର୍ପୋରେଟ ବ୍ୟାପାର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ରାଜେଶ ଆଇଏଏସ୍ କପିଳଦେବ ତ୍ରିପାଠୀଙ୍କ ସ୍ଥାନ ନେବେ । ରାଜେଶ ବର୍ମା ୨୦୨୦ ମେ’ ମାସରୁ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ବ ତୁଲାଇଛନ୍ତି ।
କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଓଡ଼ିଶା କ୍ୟାଡ଼ରର ଶ୍ରୀ ବର୍ମାଙ୍କୁ ରାଷ୍ଟ୍ରପତିଙ୍କ ସଚିବ ଭାବେ ନିଯୁକ୍ତି ମିଳିଛି । ସେ ଆଇଏଏସ୍ କପିଳଦେବ ତ୍ରିପାଠୀଙ୍କ ସ୍ଥାନରେ କାର୍ଯ୍ୟ କରିବେ। ଶ୍ରୀ ବର୍ମା ୨୦୨୦ ମେ’ ମାସରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି । ଶ୍ରୀ ବର୍ମା ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ସଚିବ ହେବେ ବୋଲି ଗଣମାଧ୍ୟମର ଗୋଟିଏ ଗୋଷ୍ଠୀ(ଓଡ଼ିଶା ରିପୋର୍ଟର ନୁହେଁ) ଚର୍ଚ୍ଚା କରୁଥିଲା, ମାତ୍ର ଚଳିତ ଅଗଷ୍ଟ ମାସରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତାଙ୍କ ସ୍ଥାନରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ ରାଜ୍ୟ ସରକାର ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦେବେ ବୋଲି ଆପାତତଃ ସ୍ଥିର ହୋଇସାରିଥିବା ‘ଓଡ଼ିଶା ରିପୋର୍ଟର’ ଅଗଷ୍ଟ ୧୧ ତାରିଖରେ ଏକ ଖବର ପ୍ରକାଶ କରିଥିଲା।
ସୂଚନା ଯେ, ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ବିଜୟ କୁମାର ନାୟକଙ୍କୁ ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ୍ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଗତ ଜୁଲାଇ ୩୧ ତାରିଖରେ ତାଙ୍କୁ ନିଯୁକ୍ତି ମିଳିଥିଲା ।