୧୩ରେ ହେବ ବାଚସ୍ପତି ନିର୍ବାଚନ
![](https://thetruths.in/wp-content/uploads/2022/06/Odisha-Assembly-1024x576.jpg)
ଭୁବନେଶ୍ୱର : ଆସନ୍ତା ୧୩ରେ ହେବ ବାଚସ୍ପତି ନିର୍ବାଚନ । ବାଚସ୍ପତି ନିର୍ବାଚନ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତଥର ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ସହ ବାଚସ୍ପତି ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ସୂର୍ୟ୍ୟନାରାୟଣ ପାତ୍ର । ଶାରୀରିକ ଅସୁସ୍ଥତା କାରଣରୁ ସୂର୍ୟ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ ।
ବାଚସ୍ପତି ପଦ ପାଇଁ ଆସନ୍ତା ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ପ୍ରାର୍ଥୀପତ୍ର ଦାଖଲ ପରେ ସୋମବାର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ତେବେ ଶାସକ ଦଳ ପକ୍ଷରୁ କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ଅନ୍ୟପଟେ ସଂଖ୍ୟା ଦୃଷ୍ଟିରୁ ବାଚସ୍ପତି ପଦ ଶାସକ ଦଳ ସପକ୍ଷରେ ଯାଉଥିବାରୁ ବିରୋଧୀ ଏହି ପଦ ପାଇଁ ପ୍ରାର୍ଥୀ ଦେଇନପାରନ୍ତି ।ଶାସକ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଏବେ ବି ସସପେନ୍ସରେ ରହିଛି ।