ନୋକିଆ ଲଞ୍ଚ କଲା ଏହି ଦମଦାର ସ୍ମାର୍ଟ ଫୋନ, କମ ଦାମରେ ଜବରଦସ୍ତ ଫିଚର
![](https://thetruths.in/wp-content/uploads/2022/08/Nokia-1024x576.jpg)
ନୂଆଦିଲ୍ଲୀ : ନୋକିଆ ଫୋନ୍ର ଘର ଭାବେ ପରିଚିତ ଏଚ୍ଏମ୍ଡି ଗ୍ଲୋବାଲ୍ ପକ୍ଷରୁ ଭାରତରେ ନୂଆ ନୋକିଆ ୮୨୧୦ ୪ଜିକୁ ଉନ୍ମୋଚନ କରାଯାଇଛି ଯାହା ହେଉଛି ସ୍ମରଣୀୟ ଡିଜାଇନ୍, ଦୀର୍ଘସ୍ଥାୟିତ୍ୱ ଓ ଲମ୍ବା ବ୍ୟାଟେରି ଜୀବନର ମିଶ୍ରଣ ଓ ଏଥିରେ ବଡ଼ ଡିସ୍ପ୍ଲେ, ଏକ ଏମ୍ପି୩ ପ୍ଲେୟାର୍, କ୍ୟାମେରା, ଭଲ ୟୁଜର୍ ଇଟଂର୍ଫେସ୍ ରହିଛି ଯାହା ଏହାକୁ ବ୍ୟବହାର କରିବା ଅଧିକ ସହଜ ଓ ସରଳ କରିଛି । ଏଥି ସହିତ ନୋକିଆ ୧୧୦ (୨୦୨୨)କୁ ମଧ୍ୟ ଉନ୍ମୋଚନ କରାଯାଇଛି ଯେଉଁଥିରେ ସ୍ୱୟଂକ୍ରିୟ କଲ୍ ରେକର୍ଡିଂ ଓ ବିଲ୍ଟ ଇନ୍ ପଛ କ୍ୟାମେରା ଭଳି ସୁବିଧା ରହିଛି ଓ ଏହାକୁ ବିଶ୍ୱାସର ନୋକିଆ ଭଳି ପ୍ରସ୍ତୁତ କରାଯାଇଛି । ଉଭୟ ନୋକିଆ ୮୨୧୦ ୪ଜି ଓ ନୋକିଆ ୧୧୦ (୨୦୨୨)ରେ ନୂଆ ସ୍ଲିକ୍ ଡିଜାଇନ୍ ଓ ଲମ୍ବା ବ୍ୟାଟେରି ଜୀବନ ରହିଛି ଯାହା ମନୋରଂଜନ ଉପରେ ଗୁରୁତ୍ୱ ପ୍ରଦାନ କରୁଛି । ଉଭୟ ଫୋନ୍ ଉପରେ ଏକ ବର୍ଷର ରିପ୍ଲେସ୍ମେଂଟ୍ ଗ୍ୟାରେଂଟି ପ୍ରଦାନ କରାଯାଉଛି ।
ଏହି ନୂଆ ଆକର୍ଷଣୀୟ ଯୋଗଦାନ ସହିତ ନୋକିଆ ମୋବାଇଲ୍ସ ଏହାର ଫିଚର୍ଫୋନ୍ ପୋର୍ଟଫୋଲିଓକୁ ଆହୁରି ଦୃଢ଼ କରିପାରିଛି । ୨୦୨୨ର ପ୍ରଥମ ତ୍ରୈମାସିକ ଆଇଡିସି ରିପୋର୍ଟ ଅନୁସାରେ ଫିଚର୍ଫୋନ୍ କ୍ଷେତ୍ରରେ ମୂଲ୍ୟ ଦୃଷ୍ଟିରୁ ନୋକିଆ ମୋବାଇଲ୍ସ ଏକ ନମ୍ବର ହୋଇ ରହିଛି।
ଏହାର ଉନ୍ମୋଚନ ସମ୍ପର୍କରେ ଏଚ୍ଏମ୍ଡି ଗ୍ଲୋବାଲ୍ର ଉପସଭାପତି (ଭାରତ ଓ ମିନା) ସନ୍ମିତ ସିଂହ କୋଚର କହିଛନ୍ତି ଯେ, “ପ୍ୟାରିସ ଫେସନ ୱିକ୍ ୧୯୯୯ରେ ଉନ୍ମୋଚନ ହୋଇଥିବା ନୋକିଆ ୮୨୧୦ ୪ଜି ଯାହା ସେହି ସମୟରେ ଭାରତରେ ଚହଳ ସୃଷ୍ଟି କରିଥିଲା ତାହାକୁ ପାଳନ କରିବା ଲାଗି ଅରିଜିନାଲ୍ସ ଫ୍ୟାମିଲିରେ ନୋକିଆ ୮୨୧୦ ୪ଜି ହେଉଛି ନୂତନ ଯୋଗଦାନ । ଆମର ଦୃଢ଼ ଫିଚର୍ ଫୋନ୍ ଉତ୍ପାଦ ବର୍ଗମାଳାରେ ଆମେ ନୂଆ ନୋକିଆ ୧୧୦ (୨୦୨୨)କୁ ମଧ୍ୟ ଯୋଡ଼ିଛୁ । ସମସ୍ତେ ଯେଭଳି ସୁଲଭ ଓ ଦୀର୍ଘ ସ୍ଥାୟୀ ପ୍ରଯୁକ୍ତି ହାସଲ କରିପାରିବେ ସେଥିପାଇଁ ଏଚ୍ଏମ୍ଡି ଗ୍ଲୋବାଲ୍ର ରହିଥିବା ପ୍ରତିବଦ୍ଧତାକୁ ଏହି ସଦ୍ୟତମ ପୋର୍ଟଫୋଲିଓ ଯୋଡ଼ିବା ପୁନଃ ପ୍ରତିବଦ୍ଧ କରୁଛି । ପୁନଶ୍ଚ, ଭାରତର ପ୍ରିମିୟମ୍ ଫିଚର୍ ଫୋନ୍ ବଜାରରେ ଆମେ ହେଉଛୁ ଦୃଢ଼ ଥିବା ସଂସ୍ଥା । ଆଜିର ଯୁବ ପିଢ଼ି ସର୍ବନିମ୍ନ ଏବଂ ଅଧିକ ନିରବଚ୍ଛିନ ଫେସନ୍ ଚାହୁଁଥିବା ବେଳେ ଫିଚର୍ ଫୋନ୍ ଅଧିକ ପସନ୍ଦରେ ରହିଛି ଏବଂ ଅଧିକ ଲୋକ ନିଜର ମାଧ୍ୟମିକ ଫୋନ୍ ଭାବେ ତାହାକୁ ବ୍ୟବହାର କରୁଥିବା ଆମେ ଜାଣିପାରିଛୁ। ନୋକିଆ ୮୨୧୦ ୪ଜିରେ ରହିଛି ନୋକିଆର କ୍ଲାସିକ୍ ଡିଜାଇନ୍ ସହିତ ଫିଚର୍ ଫୋନ୍ କ୍ଷେତ୍ରରେ ନବସୃଜନ । ଯେଉଁମାନେ ସୋସିଆଲ ମିଡିଆ ଓ ଧାଁଦଉଡ଼ ସଂସ୍କୃତିରୁ ବିରତି ଚାହୁଛନ୍ତି ସେମାନଙ୍କ ପାଇଁ ନୋକିଆ ୮୨୧୦ ୪ଜି ହେଉଛି ଡିଜିଟାଲ୍ ଡେଟକ୍ସ ଭଳି।
ନୋକିଆ ୮୨୧୦ ୪ଜିରେ ରହିଛି ୨.୮ ଇଂଚ ଡିସ୍ପ୍ଲେ, ଜୁମ୍ ଇଟଂର୍ଫେସ୍, ଇନ୍-ବିଲ୍ଟ ଏମ୍ପି୩ ପ୍ଲେୟାର୍, ଓୟାରଲେସ୍ ଓ ଓୟାରଡ୍ ଏଫ୍ଏମ୍ ରେଡିଓ, କ୍ୟାମେରା, ପୁରୁଣା ସ୍ନେକ୍ ଗେମ୍, ଡୁଆଲ୍ ସିମ୍ ଭୋଲ୍ଟି ଭଏସ୍ କଲ୍ ଭଳି ସୁବିଧା । ନୋକିଆ ୮୨୧୦ ୪ଜି ଅଗଷ୍ଟ ୨ରେ ଭାରତରେ ଉନ୍ମୋଚିତ ହୋଇଛି ଓ ସ୍ୱତନ୍ତ୍ର ଭାବରେ ଏହା ଆମାଜନ୍ ଓ ନୋକିଆ ଡଟ୍ କମ୍ରେ ପ୍ରଥମ ମାସରେ ନୀଳ ଓ ଲାଲ୍ ରଙ୍ଗରେ ଉପଲବ୍ଧ ରହିଛି । ଆମାଜନ୍ରେ ନୋକିଆ ୮୨୧୦ ୪ଜିର ମୂଲ୍ୟ ୩,୯୯୯ ଟଙ୍କା ରହିଛି । ଏହାର ବିକ୍ରି ଅଗଷ୍ଟ ୬ରୁ ଆରମ୍ଭ ହେବ ।