ଏଣିକି ଆଉ ଲଗେଇବାକୁ ପଡ଼ିବନି ଲାଇନ : ଆଧାର କାର୍ଡ଼ରେ ମିଳିବ ଡ୍ରାଇଭିଂ ଲାଇସେନ୍ସ
![](https://thetruths.in/wp-content/uploads/2021/11/Aadhaar-Card-Driving-License.jpg)
ନୂଆଦିଲ୍ଲୀ : ଏଣିକି ଆଉ ଲଗେଇବାକୁ ପଡ଼ିବନି ଲାଇନ । ଏବେ ଆଧାର ଦେଖାଇଲେ ମିଳିବ ଡ଼ିଏଲ । ଆଗରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଏନେକ ପ୍ରକାର ନୀତି ବ୍ୟବସ୍ତା ଦ୍ୱାରା ସମ୍ଭବ ହେଉଥିଲା । ରାସ୍ତାରେ ଗାଡି ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସ ଆବଶ୍ୟକ ଅଟେ । ଯଦି ଆପଣଙ୍କ ପାଖରେ ଲାଇସେନ୍ସ ନାହିଁ ତେବେ ଆପଣଙ୍କୁ ଏହାର ଜୋରିମାନା ରେ ମୋଟା ଅଙ୍କ ର ଅର୍ଥରାଶି ଦେବାକୁ ପଡିବ । ତେବେ ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ସରକାରଙ୍କ ବାରମ୍ବାର ପରାମର୍ଶ କ୍ରମେ କିଛି ଅମାନିଆ ଏଠାରୁ ବାଦ ପଡିଛନ୍ତି ।
ଦୀର୍ଘ ସମୟ ଧରି ଅପେକ୍ଷା କରୁଥିବା ହେତୁ ଲୋକଙ୍କ ଆସନ୍ତୁଷ୍ଟ ଭାବ ପ୍ରକାଶ ପାଇଥିଲା । ହେଲେ ଏବେ ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ଦ୍ୱାରା ମୋଟର ଜାନ ଆଇନ ୧୯୮୯ର ସଂଶୋଧନ ପରେ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ ଆହୁରି ସହଜ ହୋଇଯାଇଛି । ଲାଇସେନ୍ସ ପାଇଁ ଏବେ ଆଉ ଅଧିକ ଡକୁମେଣ୍ଟ ର ଆବଶ୍ୟକତା ମଧ୍ୟ ପଡୁନି ଏବେ ଆଧାର କାର୍ଡ ଜରିଆରେ କେବଳ ଆପଣ ଅନଲାଇନ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରିପାରିବେ।
ଆଧାର ମାଧ୍ୟମରେ ରେ ଆପଣ ଡ୍ରାଇଭିଂ ଲାଇସେନ୍ସ,ଲାଇସେନ୍ସ ର ରିନୁଆଲ, ରେଜିଷ୍ଟ୍ରସନ ଭଳି ଜରୁରୀ ସେବା ଅତି ସହଜରେ ପାଇ ପରିବେ । ସାଙ୍ଗରେ ଧରି ବୁଲିବାକୁ ପଡ଼ିବନି ଗାଡି ପେପର l ଗତ ବର୍ଷ ଅକ୍ଟୋବର ରେ ଆସିଥିବା ନିୟମରେ ଏବେ କିଛି ପରିବର୍ତନ ଅଣା ଯାଇଛି । ନୂଆ ନିୟମ ଅନୁସାରେ ଏବେ ଆପଣଙ୍କୁ ଆପଣଙ୍କ ଗାଡି ସମ୍ପର୍କିତ କାଗଜ ପତ୍ର ଯେମିତିକି ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରସନ ଡକୁମେଣ୍ଟ,ଫିଟନେସ ସାର୍ଟିଫିକେଟ,ପରମିଟ, ଦସ୍ତାବିଜ, ନିଜ ସାଥିରେ ଧରି ବୁଲିବାକୁ ପଡିବ ନାହିଁ ।
ଏବେ ଆପଣ ଟ୍ରାଫିକ ପୋଲିସ ଅଧିକାରୀ ଙ୍କୁ ଡିଜିଟାଲ କପି ମଧ୍ୟରେ ଦେଖାଇ ପାରିବେ। ପୋର୍ଟାଲ ରେ ସୁରକ୍ଷିତ ରଖିପାରିବେ ଡକୁମେଣ୍ଟ । ଏବେ ଆପଣ ଆପଣଙ୍କ ଗାଡିର ସମସ୍ତ ଜରୁରୀ ତଥ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପୋର୍ଟାଲ ରେ ସୁରକ୍ଷିତ ଭାବରେ ରଖି ପାରିବେ । ଏବଂ ଏହି ସବୁ ଡକୁମେଣ୍ଟର ଡିଜିଟାଲ କପି ଟ୍ରାଫିକ ଅଧିକାରୀଙ୍କୁ ଦେଖାଇ ପାରିବେ ।