ବାଲେଶ୍ୱରରେ ଅତିରିକ୍ତ ଜିଲାପାଳ ଭାବେ ଯୋଗଦେଲେ ନୀଲୁ ମହାପାତ୍ର
ବାଲେଶ୍ୱର : ଓଡ଼ିଶା ପ୍ରଶାସନ ସେବାର ବରିଷ୍ଠ ଅଧିକାରୀ ନୀଲୁ ମହାପାତ୍ର ବାଲେଶ୍ୱର ଜିଲା ପାଇଁ ନୂତନ ଅତିରିକ୍ତ ଜିଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି । ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନେ ଫୁଳତୋଡ଼ା ଦେଇ ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ଏହାପୂର୍ବରୁ ସେ ବାଲେଶ୍ୱର ସଦର ଉପଖଣ୍ଡର ଉପଜିଲାପାଳ ଏବଂ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି । ଅତିରିକ୍ତ ଜିଲାପାଳ ଭାବେ ମଧ୍ୟ ସେ ଅଧିକ ଦକ୍ଷତା ଓ ସ୍ୱଚ୍ଛତାର ସହ ନିଜ ଦାୟିତ୍ୱ ତୁଲାଇବେ ବୋଲି ପ୍ରକାଶ କରିଛନ୍ତି । ବିଶେଷ କରି ସାମ୍ପ୍ରତିକ କୋଭିଡ୍ ପରିଚାଳନା ଓ ସାଧାରଣ ଜନତାଙ୍କ ପାଖରେ ପ୍ରଶାସନର ମୌଳିକ ସେବା କିପରି ପହଞ୍ôଚ ପାରିବ ସେ ଦିଗରେ ଧ୍ୟାନ ଦେବେ ବୋଲି କହିଛନ୍ତି ।