ଫାଇଭ ମିନିଟ ଆର୍ଟସ୍ର ନୀଳାଦ୍ରି ବିଜେ
![](https://thetruths.in/wp-content/uploads/2021/07/Five-Minute-Art.jpg)
ଭୁବନେଶ୍ୱର : ଫାଇଭ ମିନିଟ ଆର୍ଟସ୍ ଆନୁକୁଲ୍ୟରେ ନୀଳାଦ୍ରି ବିଜେ ନାମରେ ଏକ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି । ଏଥିରେ ୨୦ଜଣ ସୁନାମଧନ୍ୟ ଚିତ୍ରଶିଳ୍ପୀ ଭାଗ ନେଇ ଅଛନ୍ତି ।
ଏହି ଫାଇଭ ମିନିଟ ଆର୍ଟସ୍ର ପ୍ରତିଷ୍ଠାତା ଚିତ୍ରଶିଳ୍ପୀ ଜନାର୍ଦନ ପରମଗୁରୁଙ୍କ କହିବାନୁସାରେ ବର୍ତ୍ତମାନର କଠିନ ସମୟରେ ଘରେ ରହିବା ଜରୁରୀ ଥିବାରୁ ଚିତ୍ରଶିଳ୍ପୀମାନେ ଘରେ ରହି ତାଙ୍କର ଶ୍ରେଷ୍ଠତା କାନଭାସ ମାଧ୍ୟମରେ ସଂପାଦନ କରିବାକୁ ଆହ୍ୱାନ କରିଛନ୍ତି ଚିତ୍ରଶିଳ୍ପୀମାନେ ଶ୍ରୀଜଗନ୍ନାଥଙ୍କ ପାଁଇ ସେମାନଙ୍କର ଭାବାବେଗକୁ ରଂଗତୂଳୀ ଓ ନିହାଣ ମୁନରେ ଗଢି ତୋଳିଛନ୍ତି । ଏଥିରେ ଗବେଷକ ଡ. ଫକିର ମୋହନ ନାହାକ ତାଙ୍କର ସୁଲଳିତ କଣ୍ଠରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ମହିମା ବାଖ୍ୟା କରିଛନ୍ତି । ଏହି ପ୍ରଦର୍ଶନୀରେ ଆନ୍ତର୍ଯାତୀୟ ଭାସ୍କର୍ଯ୍ୟଶିଳ୍ପୀ ଟୁଟୁ ପଟ୍ଟନାୟକ ଏବଂ କାନଭାସ୍ ଉପରେ ଲାଖ ଓ ଜଉରେ ଚିତ୍ର କରୁଥିବା ଶିଳ୍ପୀ କେଶୁଦାସ ଯୋଗ ଦେଇଛନ୍ତି । ଏହି ଭର୍ଚୁଆଲ ଚିତ୍ରକଳା ପ୍ରଦର୍ଶନୀଟି ଫାଇଭ ମିନିଟ ଆର୍ଟସ୍ର ୟୁଟ୍ୟୁବ୍ ଚ୍ୟାନେଲରେ ଶୁକ୍ରବାର ଠାରୁ ଦୃଶ୍ୟମାନ ହେବ । ଏହି ଭର୍ଚୁଆଲ ଚିତ୍ରକଳା ପ୍ରଦର୍ଶନୀ ନୀଳାଦ୍ରି ବିଜେଟିକୁ ଜନାର୍ଦନ ପରମଗୁରୁ କ୍ୟୁରେଟ୍ କରିଛନ୍ତି । ଚିତ୍ରଶିଳ୍ପୀ ଲିପିଶ୍ରୀ ନାୟକ, ରାଜକିଶୋର ମହାରଣା ଓ ଡ. ରଂଜନ କୁମାର ମଲିକ୍ ସହାୟତା କରିଛନ୍ତି । ଆଗାମି ଦିନରେ ଚିତ୍ରକଳା ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସାମିଲ କରିବାକୁ ଯୋଜନା କରିଛନ୍ତି ।