ବାଲିଆପାଳ ମିଶନ ଶକ୍ତି ପରିବାର ପକ୍ଷରୁ ବିଡ଼ିଓଙ୍କୁ ନବବର୍ଷର ଶୁଭେଚ୍ଛା ଜ୍ଞାପନ
![](https://thetruths.in/wp-content/uploads/2023/01/Baliapal-Mission-Shakti-Parivaar-1024x480.jpg)
ବାଲିଆପାଳ : ବାଲିଆପାଳ ବ୍ଲକର ମିଶନ ଶକ୍ତି ପରିବାର ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ବିଡ଼ିଓଙ୍କ ସ୍ୱକାର୍ଯ୍ୟଳୟରେ ବିଡ଼ିଓ ବିନୋଦ କୁମାର ପଣ୍ଡାଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ନବବର୍ଷର ଶୁଭେଚ୍ଛା ଜ୍ଞାପନ କରାଯାଇଛି । ବାଲିଆପାଳ ବ୍ଲକ ୧୩ଟି ପଞ୍ଚାୟତର ମାଷ୍ଟର ବୁକ କିପର (ଏମବିକେ) ବାଲିଆପାଳ ପଞ୍ଚାୟତର ଜୟନ୍ତୀ ଧଳ, ମଧୁପୁରା ପଞ୍ଚାୟତର ନମିତା ମାହାନା, ନୂଆଗାଁ ଗ୍ରାମପଞ୍ଚାୟତ ଜ୍ୟୋତିର୍ମୟୀ ଦାସ, ବିଷ୍ଣୁପୁର ଗ୍ରାମପଞ୍ଚାୟତ ମାମୁନି ଖଣ୍ଡା, ମଞ୍ଜଶ୍ରୀ ମୁଖୀ, ମିନାକ୍ଷୀ ଲେଙ୍କା, ଦୀପା ଜେନା, ରିମାଶ୍ରୀ ଜେନା, ମଞ୍ଜୁଲତା ଦାସ, ଲକ୍ଷ୍ମୀ ପ୍ରିୟା ଗିରି, କାଞ୍ଚନ ରାଉତ, କାଞ୍ଚନ ବାରିକ, ପୁଷ୍ପଲତା ପାତ୍ର ପ୍ରମୁଖ ବିଡ଼ିଓଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ନବବର୍ଷ ୨୦୨୩ ପାଇଁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଡିଓ ଶ୍ରୀ ପଣ୍ଡା ଉପସ୍ଥିତ ସମସ୍ତ ଏମବିକେଙ୍କୁ ପ୍ରତି ଶୁଭେଚ୍ଛା ଜ୍ଞାପନ କରିଥିଲେ । ବ୍ଲକ ପରିସର ନବନିର୍ମିତ ମିଶନ ଶକ୍ତି ଗୃହର ସମସ୍ତ କାର୍ଯ୍ୟ ଶେଷ ହୋଇଯାଇଥିବାରୁ ଖୁବ୍ଶୀଘ୍ର ଗୃହରେ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିପିଏମ୍ ପ୍ରଭାକର ଦାସ ଉପସ୍ଥିତ ଥିଲେ ।