ଆଜିଠୁ ରିଜର୍ଭ ବ୍ୟାଙ୍କର ନୂଆ ନିୟମ ଲାଗୁ ! ଅକାମୀ ହୋଇନି ତ ଆପଣଙ୍କ ଦେବିଟ ଓ କ୍ରେଡିଟ କାର୍ଡ, ଜାଣନ୍ତୁ ଟୋକନାଇଜେସନ କଣ ଓ ଏହାର ଲାଭ
![](https://thetruths.in/wp-content/uploads/2022/10/Tokenisation-Debit-Credit-Card.jpg)
ନୂଆଦିଲ୍ଲୀ : ଆଗକୁ ଦଶହରା, ଦୀପାବଳୀ ସହ ଅନେକ ପର୍ବ ପର୍ବାଣୀ ଆସୁଛି। ଯାହାକୁ ନେଇ ଲୋକ ଖୁବ ଉତ୍ସାହିତ ଅଛନ୍ତି। ଆଉ ଏହି ପାର୍ବଣ ଋତୁକୁ ଆହୁରି ମଜାଦାର କରିବା ପାଇଁ ଲୋକେ କିଣାକିଣିରେ ବ୍ୟସ୍ତ ଅଛନ୍ତି। ଲୋକେ ଦୋକାନ ଯିବା ଅପକ୍ଷେ ଅଧିକ ଅନଲାଇନରେ ସପିଂ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଏହି ଫେଷ୍ଟିଭାଲ ସପିଂ ମଜା ଫିକା ପଡିପାରେ। କାରଣ ଅକ୍ଟୋବର ପହିଲାରୁ ଡେବିଟ ଓ କ୍ରେଡିଟ କାର୍ଡର ଅନଲାଇନ ପେମେଣ୍ଟ ନିୟମରେ ରିଜର୍ଭ ବ୍ୟାଙ୍କ ଏକ ବଡ ପରିବର୍ତ୍ତନ କରିବାକୁ ଯାଉଛି।
ସେପ୍ଟେମ୍ବର ୩୦ ପରଠାରୁ ଡେବିଟ ଓ କ୍ରେଡିଟ କାର୍ଡରେ ଅନଲାଇନ ପେମେଣ୍ଟ ନିୟମ ବଦଳିବାକୁ ଯାଉଛି। ଅଲାଇନ, ସେଲ୍ ପୋଏଣ୍ଟ କିମ୍ବା ଆପ୍ ଟ୍ରାଞ୍ଜାକସନକୁ ଟୋକନ (ଟୋକନାଇଜେସନ) ରେ କନଭର୍ଟ କରାଯିବ। ଡେବିଟ୍ ଓ କେଡଟ କାର୍ଡରେ ହେଉଥିବା କାରବାରର ତଥ୍ୟ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ବାଧ୍ୟତାମୂଳକ କରିଛି। ଏଥିପାଇଁ ଜୁଲାଇ ଜୁଲାଇରେ ଲାଷ୍ଟ ଡେଟ୍ ଥିଲା କିନ୍ତୁ ପରେ ସେହି ଅବଧିକୁ ସେପ୍ଟେମ୍ବର ୩୦କୁ ବୃଦ୍ଧି କରାଯାଇଥିଲା। ଡେବିଟ ଓ କ୍ରେଡିଟ କାର୍ଡଙ୍କ ସୁରକ୍ଷାରେ ଆଉ ଗୋଟିଏ ସ୍ତର ସାମିଲ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛନ୍ତି। ଟୋକନାଇଜେସନ ଦ୍ୱାରା ଗ୍ରାହକଙ୍କ ଡିଜିଟାଲ ପେମେଣ୍ଟ ଅନୁଭୂତି ଆହୁରି ବୃଦ୍ଧି ପାଇବ ବୋଲି ବିଶ୍ୱାସ କରାଯାଉଛି।
ଟୋକନାଇଜେସନ କଣ ଓ ଏହା କିପରି ଲାଭଦାୟକ ହେବ :
ରିଜର୍ଭ ବ୍ୟାଙ୍କ ଅନୁସାରେ, ଟୋକନାଇଜେସନ ଆମ ଡେବିଟ ଓ କ୍ରେଡିଟ କାର୍ଡର ତଥ୍ୟକୁ ଗୋଟିଏ କୋଡରେ ପରିବର୍ତ୍ତିତ କରିଦେବ। ଏହାକୁ ଟୋକନ କୁହାଯାଏ। କୁହାଯାଉଛି ଯେ, ଏହି ଟୋକନାଇଜ୍ କାର୍ଡରେ କାରବାର କଲାବେଳେ କାର୍ଡର ତଥ୍ୟ ମର୍ଚ୍ଚାଣ୍ଟ ବା ଦୋକାନୀ ନିକଟକୁ ଯାଏ ନାହିଁ। କାରଣ ବର୍ତ୍ତମାନ ଅନେକ ଦୋକାନୀ ବା ମର୍ଚ୍ଚାଣ୍ଟ ଅଛନ୍ତି, ଯେଉଁମାନଙ୍କର ଚେନ ଷ୍ଟୋର ଅଛି। ସେମାନେ ଗ୍ରାହକଙ୍କ କାର୍ଡର ତଥ୍ୟ- ଯେପରି କାର୍ଡ ନମ୍ବର, ଏକ୍ସପାରୀ ଡେଟ୍ ସେୟାର କରନ୍ତି। ଫଳରେ ଆପଣଙ୍କ କାର୍ଡ ଅସୁରକ୍ଷିତ ହୋଇଯାଏ। ଆଉ ଆପଣଙ୍କ ବ୍ୟାଙ୍କ ତଥ୍ୟ ଚୋରି କିମ୍ବା ଅପବ୍ୟବହାର ହେବାର ଆଶଙ୍କା ବୃଦ୍ଧି ପାଏ। ଅନଲାଇନ କାରବାରରେ ମଧ୍ୟ ଠିକ ଏହି ଭଳି ସମସ୍ୟା ଦେଖାଯାଇଥାଏ।
ଡେବିଟ୍ କାର୍ଡକୁ କେମିତି ଟୋକନାଇଜେସନ କରିବେ :
ପ୍ରଥମେ କୌଣସି ଇ-କମର୍ସ ସାଇଟକୁ ଯାଇ ସେଠାରେ କୌଣସି ସାମଗ୍ରୀ କିଣନ୍ତୁ।
କିନ୍ତୁ ପେମେଣ୍ଟ ସମୟରେ କାର୍ଡ ଅପସନ୍ ବାଛନ୍ତୁ।
ଏଠାରେ ଯତ୍ନର ସହ ଆବଶ୍ୟକୀୟ ତଥ୍ୟ ଭରନ୍ତୁ।
ତାପରେ ‘secure your card as per RBI guidelines’ ଉପରେ କ୍ଲିକ୍ କରନ୍ତୁ।
ତାପରେ ଏକ ଓଟିପି ଆସିବ। ଏହାକୁ ବ୍ୟାଙ୍କର ପେଜରେ ଏଣ୍ଟର କଲେ ଆପଣଙ୍କ କାର୍ଡର ଟୋକନାଇଜେସନ ହୋଇଯିବ।
ଏହା ଟୋକନ ହୋଇ ମର୍ଚ୍ଚାଣ୍ଟଙ୍କ ନିକଟରେ କାର୍ଡର ତଥ୍ୟ ସେଭ୍ ହୋଇଯିବ।
ପରବର୍ତ୍ତୀ ସମୟରେ ଟ୍ରାଞ୍ଜାକସନ କଲାବେଳେ ଆପଣ ଟୋକନାଇଜେସନର ବ୍ୟବହାର କରିବେ ନା ନାହିଁ ସେହି ଅପସନ୍ ଦେଖିବାକୁ ମିଳିବ।