କରୋନା ସଂକ୍ରମଣ ରୋକିବାକୁ ସ୍ବାସ୍ଥ୍ୟ ବିଭାଗର ନୂଆ ଗାଇଡଲାଇନ : ଅତ୍ୟାବଶ୍ୟକ ନଥିଲେ ହସ୍ପିଟାଲରେ ଆଡ୍ମିସନ ମନା
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ୍ଲାଇନ୍ ଅନୁସାରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ମେଡିକାଲ କଲେଜର ଅଧ୍ୟକ୍ଷ, କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ସରକାର ଡାକ୍ତରଖାନାର ନିର୍ଦ୍ଦେଶକ ଓ ସିଡିଏମ୍ଓ ମାନଙ୍କୁ ପତ୍ର ଲେଖାଯାଇଛି ।
ସଂକ୍ରମଣ ନିୟନ୍ତ୍ରଣ ଉପରେ ପଦକ୍ଷେପ ନିଆଯିବ । ହସ୍ପିଟାଲରେ ଅନାବଶ୍ୟକ ଆଡମିଶନକୁ ଏଡାଇବାକୁ ହେବ । ସମସ୍ତ ଇଲେକ୍ଟିଭ୍ ସର୍ଜରୀ ବନ୍ଦ କରାଯିବ । କଟକଣା ମଧ୍ୟରେ ଜରୁରୀ ଅସ୍ତ୍ରୋପଚାର ହୋଇପାରିବ । ଓପିଡ଼ିରେ ଡାକ୍ତରୀ ଅଧିକାରୀ ବାରମ୍ବାର ପରିଦର୍ଶନ କରିପାରିବେ ନାହିଁ । ଓପିଡ଼ି ଏବଂ ଆଇପିଡ଼ିକୁ ଗଣମାଧ୍ୟମ ପ୍ରତିନିଧି ଯାଇପାରିବେ ନାହିଁ । ଏହାବ୍ୟତୀତ କୋଭିଡ ପ୍ରୋଟୋକଲ ମଧ୍ୟରେ ମାତୃତ୍ବ ଏବଂ ଶିଶୁ ଯତ୍ନ ସହିତ ସମସ୍ତ ପ୍ରକାର ଜରୁରୀକାଳୀନ ପ୍ରକ୍ରିୟା ମୁକାବିଲା ଲାଗି ସୁବିଧା ରହିବା ଆବଶ୍ୟକ । ଟେଲି ମେଡିସିନ୍ ସେବା ବ୍ୟବହାର କରିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରାଯିବ । ରାଜ୍ୟରେ ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଗାଇଡଲାଇନ ଜାରି କରିଛି ସ୍ବାସ୍ଥ୍ୟ ବିଭାଗ ।
ଗାଇଡଲାଇନ୍ ଅନୁସାରେ କରୋନା ନିୟମ ପାଳନ କରାଯିବାକୁ କୁହାଯାଇଛି । ଆବଶ୍ୟକ ନଥିଲେ ରୋଗୀଙ୍କୁ ହସ୍?ପିଟାଲରେ ଭର୍ତି କରା ନ ଗଲେ । ଇଣ୍ଡୋର୍ ଚିକିତ୍ସା ସମୟରେ ରୋଗୀଙ୍କ ସହିତ ଜଣେ ଆଟେଣ୍ଡାଂଟ ରହିପାରିବେ । ସେହିପରି ଓପିଡିରେ ଆବଶ୍ୟକତା ନଥିରେ ରୋଗୀଙ୍କୁ ବାରମ୍ବାର ଆସିବାକୁ ମେଡିକାଲ ଅଧିକାରୀ ମନା କରିପାରିବେ । କରୋନା କଟକଣା ମଧ୍ୟରେ ଜରୁରୀ ଅସ୍ତ୍ରୋପଚାର ହୋଇପାରିବ । ଅନ୍ୟ ବିକଳ୍ପ ଅସ୍ତ୍ରୋପଚାର ଗୁଡ଼ିକ ସ୍ଥଗିତ ରଖାଯାଇପାରିବ । ଓପିଡି ଏବଂ ଆଇପିଡିକୁ ଗଣମାଧ୍ୟମର ପ୍ରତିନିଧି ଯାଇପାରିବେ ନାହିଁ । ସାମାଜିକ ଦୂରତା ରକ୍ଷା କରିବା ପାଇଁ ହସ୍ପିଟାଲ ଗୁଡ଼ିକରେ ଡିଡିସି କାଉଂଟର ଅଧିକ ଖୋଲାଯିବ ।ପୂର୍ବ ଗାଇଡଲାଇନ୍ ଅନୁସାରେ ଉତ୍ସର୍ଗୀକୃତ ଜ୍ୱର କ୍ଲିନିକ୍, ଆଇସୋଲେସନ୍ ୱାର୍ଡ ଓ ଟେଷ୍ଟିଂ ସବୁଧା ରହିବ । ପୂର୍ବ ଗାଇଡ୍ଲାଇନ୍ ଅନୁସାରେ ଟେଲିମେଡିସିନ୍ ସେବା ପୁଣି ଆରମ୍ଭ ହେବ । ସ୍ଥାନୀୟ ଅଂଚଳର ପରିସ୍ଥିତିକୁ ଦେଖି ହସ୍ପିଟାଲ କର୍ତୃପକ୍ଷ ସାମାଜିକ ଦୂରତା ନେଇ ପଦକ୍ଷେପ ଗ୍ରହଣ କରିପାରିବେ ।