ଦ୍ୱିତୀୟ ଲହର ତୁଳନାରେ ଏବେ ହସ୍ପିଟାଲାଇଜେସନ କମ୍ ରହିଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ତୁଳନାରେ ଏବେ ହସ୍ପିଟାଲାଇଜେସନ କମ୍ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ କୋଭିଡ ସଂକ୍ରମଣ ଉପର ମୁହାଁ ଟ୍ରେଣ୍ଡରେ ରହିଛି । ବହୁତ ଅଳ୍ପ ଦିନରେ ଆମେ ଦ୍ୱିତୀୟ ଲହର ପିକକୁ ପାର୍ କରି ଯାଇ ପାରୁ ।
ସେ କହିଛନ୍ତି, ଗୋଟିଏ ପାଣ୍ଡେମିକରେ ପ୍ରଥମେ ବଢ଼ିବ ତାହା ପରେ କିଛି ଦିନ ସମାନ୍ତରାଳରେ ରହିବ ତା ପରେ କମିବ । ବର୍ତମାନ ଦେଶରେ ବି ବଢୁଛି ଆମର ମଧ୍ୟ ବଢୁଛି । ସେ କହିଛନ୍ତି ଯେ ସଂକ୍ରମଣ ବଢିଲେ ମଧ୍ୟ ହସ୍ପିଟାଲାଇଜେସନ କମ୍ ରହିଛି । ଏମିତି କି ବେଡ୍ ଅକ୍ୟୁପେନସିର ଷ୍ଟାଟସ୍ ଅନୁଯାୟୀ ଜେନେରାଲ ବେଡରେ ୬.୫୧, ଆଇସିୟୁରେ ୧୨.୫୧ ପ୍ରତିଶତ, କ୍ରିଟିକାଲ କେୟାରରେ ଅଛି ୩.୬୨ ପ୍ରତିଶତ ପେସେଂଟ ରହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର ବର୍ତମାନ ୫ଟି ଦିଗ ଉପରେ ନଜର ରଖିଛନ୍ତି । ଟେଷ୍ଟ ପିଜିଟିଭ ରେଟ, ହସ୍ପିଟାଲାଇଜେସନ, ମୃତ୍ୟୁ ହାର, ଲୋକଙ୍କ ବ୍ୟବହାର ଏ ସବୁ କୁ ଦେଖି ଆମେ ଆଗାମୀ ପଦକ୍ଷେପ ନିଆ ଯିବ । କେବଳ ଓଡ଼ିଶାରେ ନୁହେଁ ଭାରତରେ ମଧ୍ୟ ହସ୍ପିଟାଲାଇଜେସନ କମ ରହିଛି ।