ଚିନ୍ତା ବଢ଼ାଇଲା କରୋନା : ଦେଶରେ ଗତ ୨୪ ଘଂଟାରେ ୨,୬୪,୨୦୨ କରୋନା ସଂକ୍ରମିତ ଚିହ୍ନଟ ଓ ୩୧୫ ମୃତ
ନୂଆଦିଲ୍ଲୀ : ଦେଶର ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଦିନକରେ ଦୁଇ ଲକ୍ଷ ପାର୍ ହେବ ସହ ଅଢେଇ ଲକ୍ଷ ମୁହାଁ ହୋଇଛି ସଂକ୍ରମଣ ମାମଲା । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୫୦ ହଜାର ତଳେ ଥିଲା ବେଳେ ଏବେ ସଂକ୍ରମଣ ପୁଣି ଅଢେଇ ଲକ୍ଷ ଟପିଛି ।
ଏହା ମଧ୍ୟରେ ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୬୪ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧୫ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨,୬୪,୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୩୧୫ ଛୁଇଁଛି । ସୂଚନା ଯେ, ବର୍ତ୍ତମାନ ସୁଦ୍ଧା ଦେଶରେ ୩ କୋଟି ୬୦ ଲକ୍ଷ ଉପରେ ରହିଛି । ସେହିପରି ୧୨୭୨୦୭୩ ସକ୍ରିୟ ମାମଲା ରହିଛି ଏବଂ ୩୪୮୨୪୭୦୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୪୮୫୩୫୦ ସଂକ୍ରମିତ ପ୍ରାଣ ହରାଇଛନ୍ତି ।