ନକ୍ସଲମାନେ ଦୁଇ ଟିପ୍ପରରେ ଲଗାଇଲେ ନିଆଁ
![](https://thetruths.in/wp-content/uploads/2023/04/4-5.jpg)
ରାୟପୁର : ଛତୀସଗଡର ବସ୍ତରରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଗସ୍ତ ସମୟରେ ନକ୍ସଲମାନେ ବୀଜାପୁରର ପଦେଡା ଗ୍ରାମ ପାଖ ଗଂଗାଲୁର ଥାନା ଅଂଚଳ ଗଂଗାଲୁର ମାର୍ଗରେ ଏକ ନିର୍ମାଣ ପରିବହନର ଦୁଇ ଟିପ୍ପର ଗାଡିରେ ନିଆଁ ଲଗାଇ ଦେଇଥିଲେ । ନକ୍ସଲମାନେ ଦିନ ଦୁଇ ପ୍ରହର ପାଖା ପାଖି ଗୋଟାଏ ବେଳକୁ ଏହି ଘଟଣା ଆରମ୍ଭ କରିଥିଲେ । ବୀଜାପୁରର ଟି ଆଇ ଶଶିକାନ୍ତ ଭରଦ୍ୱାଜ ଏହି ଘଟଣାକୁ ସ୍ୱୀକାର କରିଛନ୍ତି । ଗାଡିର ଚାଳକ ଓ ପରିଚାଳକ ଉଭୟେ ସୁରକ୍ଷିତ ଅଛନ୍ତି । ଏହି ଦୁଇ ଟିପ୍ପର ବୀଜାପୁର ଠିକାଦାର ସୁରେଶ ଚନ୍ଦ୍ରକାରର ବୋଲି କୁହା ଯାଉଛି । ପୋଲିସ ଘଟଣା ସ୍ଥଳରେ ପହଂଚି ଜାଂଚ ପ୍ରକ୍ରିୟା ଆରମ୍ଭ କରିଛି ।