ଦେଶ ବିରୋଧୀ ବୟାନ ଦେଇଥିବା ନବଜୋତ ସିଦ୍ଧୁଙ୍କ ପରାମର୍ଶଦାତା ମାଲୀଙ୍କ ଇସ୍ତଫା
![](https://thetruths.in/wp-content/uploads/2021/08/Navjot-Singh-Sidhus-adviser-Malwinder-Singh-Mali-resigns.jpg)
ଚଣ୍ଡୀଗଡ଼ : ରାଷ୍ଟ୍ର ବିରୋଧୀ ବକ୍ତବ୍ୟ ପାଇଁ ଚର୍ଚ୍ଚିତ ହୋଇ ନବଜୋତ ସିଂହ ସିଦ୍ଧୁଙ୍କ ପରାମର୍ଶଦାତା ମାଲବିନ୍ଦର ମାଲୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଉାଲବିନ୍ଦର ମାଲୀ ନିଜ ଫେସବୁକ୍ ଆକାଉଂଟରେ କାଶ୍ମୀର ମାମଲାରେ ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ସେ ଲେଖିଛନ୍ତି ଯେ କାଶ୍ମୀର-କାଶ୍ମୀର ଲୋକଙ୍କ ଦେଶ । ୧୯୪୭ରେ ଭାରତ ଛାଡ଼ିବା ସମୟ ଚୁକ୍ତି ଅନୁସାରେ ଏବଂ ୟୁଏନ୍ଓଙ୍କ ନିଷ୍ପତିର ଉଲ୍ଲଂଘନ କରି କାଶ୍ମୀରକୁ ଦୁଇଭାଗ କରାଯାଇଛି ଯାହା ଉପରେ ପାକିସ୍ତାନ ଏବଂ ଭାରତ କବ୍ଜା କରାଯାଇଛି । ସିଦ୍ଧୁଙ୍କ ଦ୍ୱିତୀୟ ପରାମର୍ଶଦାତା ଡା. ପ୍ୟାରେ ଲାଲ୍ ଗର୍ଗ କ୍ୟାପ୍ଟନ ଅମରିନ୍ଦର ସିଂହ ପାକିସ୍ତାନର ଆଲୋଚନା କରିବାକୁ ନେଇ ପ୍ରଶ୍ନ ଉଠାଇ ଥିଲେ ।