ପେଟ ଅପରେସନ ପାଇଁ ଘରେ ଜମା ରଖିଥିବା ୨ ଲକ୍ଷ ଟଙ୍କାର ନୋଟ୍ କାଟିଦେଲା ମୂଷା!
![](https://thetruths.in/wp-content/uploads/2021/07/Mouse-Cut-Rupees.jpg)
ହାଇଦ୍ରାବାଦ : ତେଲେଙ୍ଗାନାର ଇନ୍ଦିରାନଗର ଥାଣ୍ଡାର ଭେମାନୁର ଗାଁର ଚାଷୀ ରେଡ୍ଡୀ ନାୟକ। ସେ ବହୁ କଷ୍ଟରେ ନିଜ ଗଛିତ ଟଙ୍କା ଏକ ବ୍ୟାଗରେ ରଖି ଆଲମାରୀରେ ରଖିଥିଲେ। ମାତ୍ର ଜମା ରଖିଥିବା ୨ ଲକ୍ଷ ଟଙ୍କାର ନୋଟ୍ ଗୁଡିକୁ କାଟିଦେଲା ମୂଷା।
ସୂଚନା ଯେ, ରେଡ୍ଡୀ ପେଟ ଅପରେସନ ପାଇଁ ଏହି ଟଙ୍କା ଜମା କରିଥିଲେ। ରେଡ୍ଡୀଙ୍କ ଅନୁଯାୟୀ ସେ ପନିପରିବା ବିକ୍ରି କରି ଏହି ଟଙ୍କା ଜମା କରିଥିଲେ। ଆଉ କିଛି ସମ୍ପର୍କୀୟଙ୍କୁ ମାଗି ରଖିଥିଲେ। ପୁରା ରାଶି ୨ ଲକ୍ଷ ଟଙ୍କା ଥିଲା ଯାହାକୁ ସେ ଏକ କପଡା ବ୍ୟାଗରେ ଭର୍ତ୍ତି କରି ଆଲମାରିରେ ରଖିଦେଇଥିଲେ। ସେ ଯେତେବେଳେ ଆଲମାରୀ ଖୋଲି ଦେଖିଲେ ମୂଷା ସବୁ ଟଙ୍କା କାଟି ଦେଇଛି। ଏନେଇ ରେଡ୍ଡୀ କହିଛନ୍ତି ଯେ, ଚିରା ନୋଟ ବଦଳାଇବା ପାଇଁ ସେ ଅନେକ ବ୍ୟାଙ୍କ ନିକଟକୁ ଯାଇଥିଲେ, କିନ୍ତୁ ସମସ୍ତ ବ୍ୟାଙ୍କ ଅଧିକାରୀ ମନା କରିଦେଇଥିଲେ। ତେବେ ବ୍ୟାଙ୍କଗୁଡିକ ତାଙ୍କୁ ଆରବିଆଇର ହାଇଦ୍ରାବାଦ ଶାଖାରେ ରିପୋର୍ଟ କରିବାକୁ କହିଛନ୍ତି।