ବିଦ୍ୟୁତ ସଂସ୍ପର୍ଶରେ ଆସି ମା’-ପୁଅ ମୃତ
![](https://thetruths.in/wp-content/uploads/2021/04/Electric-Shock.jpg)
ବାଲେଶ୍ୱର : ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ ଅଭାବନୀୟ ଘଟଣା । ସାମାନ୍ୟ ଅସାବଧାନତା ଯୋଗୁଁ ବିଦ୍ୟୁତ ଆଘାତରେ ଚାଲିଗଲା ମା-ପୁଅଙ୍କ ଜୀବନ ।
ଗାଁର କାର୍ତ୍ତିକ ସେଠୀ ଘର କାମ ପାଇଁ ଇଲେକ୍ଟ୍ରି କଟରରେ ଲୁହାରଡ କାଟିଲା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ।
ଏହି ସମୟରେ ମା’ ଜୟନ୍ତୀ ସେଠୀ ପୁଅକୁ ଜାବୁଡ଼ି ଧରି ଟାଣି ଆଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ବି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଜଳେଶ୍ୱରପୁର ହସ୍ପିଟାଲ ନେଇ ଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ ।