ଦେଶରେ ଦିଆଗଲାଣି ୨୧୯.୮୬ କୋଟିରୁ ଅଧିକ କରୋନା ଟୀକା
![](https://thetruths.in/wp-content/uploads/2022/02/Vaccination-Reached-175-Crore.jpg)
ନୂଆଦିଲ୍ଲୀ : ଦେଶବ୍ୟାପି କରୋନା ଟୀକାକରଣ ଅଭିଯାନରେ ସୋମବାର ସକାଳ ୮ ଟା ସୁଦ୍ଧା ୨୧୯ କୋଟି ୮୬ ଲକ୍ଷ ଟୀକା ଦେବା ସଂଖ୍ୟା ପାରି କରିସାରିଛି । ଗତ ୨୪ ଘଂଟାରେ ୧୩ ହଜାର ୪୫୭ ରୁ ଅଧିକ ଟିକା ଦିଆଯାଇଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହିସାବ ଅନୁସାରେ ସୋମବାର ସକାଳ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ମାନଙ୍କରେ କରୋନା ବିରୋଧି ଟିକା ବର୍ତମାନ ସୁଦ୍ଧା ସମୁଦାୟ ୨୧୯.୮୬ କୋଟି ଟିକା ନିଶୁଳ୍କ ଭାବରେ ଯୋଗାଇ ଦିଆଯାଇଅଛି । ଗତ ୨୪ ଘଂଟାରେ ଦେଶରେ ସମୁଦାୟ ଆକ୍ଟିଭ୍ କେସ ୬୪୦୨ ଅଛି ।