Fact check : କେନ୍ଦ୍ରୀୟ କର୍ମଚାରୀଙ୍କ ଅବସର ବୟସ ୬୦ ବର୍ଷରୁ ହ୍ରାସ କରିବାକୁ ଯାଉଛନ୍ତି ମୋଦୀ ସରକାର ?
![](https://thetruths.in/wp-content/uploads/2023/04/Fact-Check-1024x576.jpg)
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏକ ହିନ୍ଦୀ ଖବରକାଗଜ ରିପୋର୍ଟର ସ୍କ୍ରିନସଟ ସେୟାର କରାଯାଉଛି। ଯେଉଁଥିରେ ଦାବି କରାଯାଇଛି ଯେ ମୋଦୀ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଅବସର ଗ୍ରହଣ କରିବାର ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହା ଅଧୀନରେ କର୍ମଚାରୀମାନେ ଦୁଇଟି ଉପାୟରେ ଅବସର ନେବେ । ୬୦ ବର୍ଷ ବୟସରେ କିମ୍ବା ୩୩ ବର୍ଷ ସେବା ସମାପ୍ତ ହେବା ପରେ । ତାହା ହେଉଛି, ଯଦି କେହି ୬୦ ବର୍ଷ ବୟସ ହାସଲ କରିନାହାଁନ୍ତି, କିନ୍ତୁ ୩୩ ବର୍ଷ ସେବା ସମାପ୍ତ କରିଛନ୍ତି, ତେବେ ସେ ଅବସର ଗ୍ରହଣ କରିପାରିବେ ।
ଆମେ ଏହି ଖବରକୁ ବାସ୍ତବରେ ଯାଞ୍ଚ କରିଛୁ । ଆମର ଅନୁସନ୍ଧାନରେ, ଏହି ଦାବି ସମ୍ପୂର୍ଣ୍ଣ ନକଲି ବୋଲି ଜଣାପଡ଼ିଲା। ବାସ୍ତବରେ ଭାଇରାଲ ହେଉଥିବା ସ୍କ୍ରିନସଟ ହେଉଛି ଗତ ୨୦୧୯ରେ ଖବରକାଗଜରେ ପ୍ରକାଶିତ ଏକ ଖବର। ଯେଉଁଥିରେ କେନ୍ଦ୍ର ସରକାରଙ୍କ ଅବସର ଯୋଜନା ବିଷୟରେ ଭିତ୍ତିହୀନ କଳ୍ପନାଜଳ୍ପନା କରାଯାଇଥିଲା। ସମାନ ଖବର ପୁଣି ତାରିଖ ବଦଳାଇ ଭାଇରାଲ ହେବାରେ ଲାଗିଛି । ଅବସର ବୟସର ପରିବର୍ତ୍ତନକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି କୌଣସି ଯୋଜନା ନାହିଁ ।