ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମିଶନ ଲାଇଫ ଉଦଘାଟିତ
![](https://thetruths.in/wp-content/uploads/2022/10/Mission-Life.jpg)
ଜାତିସଂଘ ମହାସଚିବ ଆେଂଟାନିଓ ଗୁଟେରସଙ୍କ ସହ ଦ୍ୱିପାକ୍ଷିକ ବୈଠକ
ଗାନ୍ଧୀନଗର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଜାତିସଂଘ ମହାସଚିବ ଆେଂଟାନିଓ ଗୁଟେରସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ମିଳିତ ହେବା ସହ ଗୁଜରାଟ କେଭଡିଆର ଏକତା ନଗର ଏକତାର ପ୍ରତିମୂର୍ତି ନିକଟରେ ମିଶନ ଲାଇଫ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଓ ଜାତିସଂଘ ମହାସଚିବ ମଧ୍ୟ ଏକତାର ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମିଶନ ଲାଇଫ ଶୁଭାରମ୍ଭ ନେଇ ଜାତିସଂଘର ସମସ୍ତ ଅଂଚଳର ଏଗାର ଜଣ ରାଷ୍ଟ୍ରମୁଖ୍ୟଙ୍କ ପକ୍ଷରୁ ଭିଡିଓ ଅଭିନନ୍ଦନ ବାର୍ତା ମଧ୍ୟ ପ୍ରଚାର ହୋଇଥିଲା ।
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଜଣାଇଥିଲେ ଯେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ନିମନ୍ତେ ଭାରତ ହେଉଛି ଦ୍ୱିତୀୟ ଆବାସସ୍ଥଳୀ, କାରଣ ସେ ତାଙ୍କ ଯୁବାବସ୍ଥାରେ ଅନେକ ଥର ଭାରତ ଭ୍ରମଣରେ ଆସିଛନ୍ତି । ଶ୍ରୀ ଗୁଟେରସଙ୍କ ପୂର୍ବଜଙ୍କ ସମ୍ପର୍କ ଭାରତର ଗୋଆ ସହିତ ରହିଛି । ପ୍ରଧାନମନ୍ତ୍ରୀ ଶ୍ରୀ ଗୁଟେରସଙ୍କୁ ଭାରତ ଗସ୍ତରେ ଆସିଥିବାରୁ ଧନ୍ୟବାଦ ଦେବା ସହ ତାଙ୍କୁ ଗୁଜରାଟରେ ସ୍ୱାଗତ ଜଣାଇବା କୌଣସି ପରିବାର ସଦସ୍ୟଙ୍କୁ ସ୍ୱାଗତ ଜଣାଇବା ସହ ସମାନ ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀ ଭାରତରେ ମିଶନ ଲାଇଫ ପଦକ୍ଷେପ ପାଇଁ ଏହାକୁ ସମର୍ଥନ ଜଣାଇବା ସହ ଅଭିନନ୍ଦନ ବାର୍ତା ଦେଇଥିବାରୁ ଦେଶ ମୁଖ୍ୟମାନଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଥିଲେ । ଜଳବାୟୁ ପରିବର୍ତ୍ତନ ନେଇ ଏକାଠି ହେବାର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ମିଶନ ଲାଇଫର ଶୁଭାରମ୍ଭ ଏକତାର ପ୍ରତିମୂର୍ତ୍ତି ତଥା ଭାରତର ଗର୍ବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ତଳେ ହୋଇଛି । “ବିଶ୍ୱର ବୃହତ୍ତମ ପ୍ରତିମୂର୍ତ୍ତି ଧାର୍ଯ୍ୟ ଲକ୍ଷ୍ୟ ହାସଲ ନିମନ୍ତେ ଏକ ପ୍ରେରଣାର ଉତ୍ସ ହେବ” ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ମିଶନ ଲାଇଫ ପି-୩ ମଡେଲ ଯାହା ହେଉଛି ଗ୍ରହ ସପକ୍ଷବାଦୀ ବ୍ୟକ୍ତିଙ୍କୁ ହିମ୍ମତ ଦେଇଥାଏ । ମିଶନ ଲାଇଫ ପୃଥିବୀରେ ଗ୍ରହ ସପକ୍ଷବାଦୀ ବ୍ୟକ୍ତିଙ୍କୁ ଏକାଠି ରଖେ । ପୃଥିବୀର ଅନ୍ୟ ଭାଗ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଭ୍ୟାସ ବଳବତ୍ତର ରହିଛି ଯାହାକି ଆମକୁ ପ୍ରକୃତି ସହିତ ସହାବସ୍ଥାନ ପାଇଁ ଅନୁପ୍ରାଣିତ କରୁଛି । “ମିଶନ ଲାଇଫ ପ୍ରକୃତିର ସଂରଚନା ପାଇଁ ଜୀବନଶୈଳୀକୁ ଆବଦ୍ଧ କରି ରଖିବ, ଯାହା ଆମ ପୂର୍ବଜ କହିଥିଲେ ଓ ତାହା ହିଁ ଆମର ଆଜିର ଜୀବନଶୈଳୀର ଅଂଶ ହୋଇଯିବ ।
ଜାତିସଂଘ ମହାସଚିବ ଆମର ଗ୍ରହର ଏହି ବିପଦପୂର୍ଣ୍ଣ ସମୟରେ ସମସ୍ତେ ଏକାଠି ହୋଇ ଚାଲିବା ଉଚିତ । ପରିବେଶ ଜୀବନଧାରଣ ପ୍ରଣାଳୀ ଲାଇଫ ପଦକ୍ଷେପ କେତେକ ଆଶା ସଞ୍ଚାର କରୁଛି । ଆମେ ବ୍ୟକ୍ତିଗତ ଓ ସମଷ୍ଟିଗତ ଭାବେ ନିଶ୍ଚିତ ଭାବେ ଆମର ପୃଥିବୀ ଓ ଆମର ଭବିଷ୍ୟତ ପାଇଁ ସମାଧାନ ସୂତ୍ର ବାହାର କରିପାରିବା । ସର୍ବୋପରି ଆବଶ୍ୟକତା ଠାରୁ ଅଧିକ ବ୍ୟବହାର ଜୈବବିବିଧତା କ୍ଷୟ ଓ ପ୍ରଦୂଷଣ ପୃଥିବୀ ପାଇଁ ବିପଦ । “ଭାରତ ପରିବେଶ ଅନୁକୂଳ ନୀତି ଗ୍ରହଣ ଓ ଅକ୍ଷୟ ଶକ୍ତି ଦିଗରେ ପୁଞ୍ଜି ବିନିଯୋଗ, ସୌର ଶକ୍ତିରେ ଅଗ୍ରଣୀରେ ମୁଁ ବେଶ ପ୍ରଭାବିତ” । ଆଗକୁ ଇଜିପ୍ଟରେ ହେବାକୁ ଥିବା କପ-୨୭ ପ୍ୟାରିସ ରାଜିନାମାରେ ହୋଇଥିବା ବିଷୟର ସମୀକ୍ଷା ଉପରେ ବିଶେଷ ସୁଯୋଗ ଦେବ । “ଜଳବାୟୁ ପରିବର୍ତ୍ତନ ପ୍ରଭାବ ଓ ଏହାର ବିଶାଳ ଅର୍ଥନୀତିକୁ ନେଇ ଭାରତ ଏକ ପ୍ରମୁଖ ଭୂମିକା ନେଇପାରିବ” ବୋଲି ସେ କହିଥିଲେ ।
ମହାତ୍ମା ଗାନ୍ଧୀଙ୍କ ଉକ୍ତି ଉଧାର କରି ଶ୍ରୀ ଗୁଟେରାସ କହିଥିଲେ ଯେ “ଏଇ ବିଶ୍ୱରେ ସମସ୍ତଙ୍କ ଆବଶ୍ୟକତା ପାଇଁ ଯଥେଷ୍ଟ ଅଛି, ମାତ୍ର ସମସ୍ତଙ୍କ ଲାଳସା ପାଇଁ ନୁହେଁ” । ସେ କହିଥିଲେ ଯେ ଆମେ ସମସ୍ତେ ପୃଥିବୀର ସମ୍ବଳର ବିନିଯୋଗ ବୁଦ୍ଧିମତାର ସହ କରିବା ଦରକାର । ଆମେ ଆମର ଆବଶ୍ୟକତା ଅନୁସାରେ ବିନିଯୋଗ ନେଇ ଆମର ଅର୍ଥନୀତି ମଧ୍ୟ ସୁଧାରିବା ଦରକାର ବୋଲି ଜାତିସଂଘ ମହାସଚିବ କହିଥିଲେ । ଭାରତ ଜି-୨ଠର ଅଧ୍ୟକ୍ଷତା କରିବାକୁ ଯାଉଥିବାରୁ ଏହା ଆହୁରି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମନିୟମ ଜୟଶଙ୍କର ଓ ଜାତିସଂଘ ମହାସଚିବ ଶଆଣ୍ଟୋନିଓ ଗୁଟେରାସ ଏହି ଅବସରରେ ଉପସ୍ଥିତ ଥିଲେ ।