ଆଜି ୧୩ ଜିଲାରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନ ଜୀବନ। ଉପକୂଳ ଠୁ ଉପାନ୍ତ ସବୁଠି ଗରମ। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଭଲ ଖବର ଦେଇଛି। ଆଜି ଉପକୂଳ ଓଡି଼ଶାରେ ବର୍ଷା ହୋଇପାରେ। ବର୍ଷା ସହିତ ବିଜୁଳି ଓ ଘଡଘଡି଼ ବି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
କାଳବୈଶାଖି ପ୍ରଭାବରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା କହିତ ପବନ ବହିପାରେ ନେଇ ବିଭାଗ ପକ୍ଷରୁ କୁହାଯାଇଛି। ବାଲେଶ୍ବର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ସମ୍ବଲପୁର,ଝାରସୁଗୁଡା, ବୌଦ୍ଧ ଓ ନୂଆପଡାରେ ବର୍ଷା ସମ୍ଭାବନା ରହିଛି। ଉପକୂଳ ଓଡି଼ଶାର କିଛି ସ୍ଥାନରେ ଆଜି ଗୁଳୁଗୁଳି ହୋଇପାରେ। ୧୨ ତାରିଖରେ ପଶ୍ଚିମ ଓଡି଼ଶାରେ ଗ୍ରୀଷ୍ମ ପ୍ରବାହ ବହିବ। ଝାରସୁଗୁ଼ଡା, ସମ୍ବଲପୁର , ବୌଦ୍ଧ ଓ ନୂଆପଡାରେ ଗ୍ରୀଷ୍ମ ପ୍ରବାହ ବହିବ। ଉପକୂଳର ବିଭିନ୍ନ ସ୍ଥାନରେ କାଳବୌଶାଖି ପ୍ରଭାବରେ ବର୍ଷା ଜାରି ରହିବ।