ମମିତା ମେହେର ହତ୍ୟା ଘଟଣା : ୧୫ରେ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ ଆବେଦନ ଉପରେ ଶୁଣାଣି
![](https://thetruths.in/wp-content/uploads/2021/12/Mamita-Meher-Murder-Case-2.jpg)
କଣ୍ଟାବାଞ୍ଜି : ଗୋବିନ୍ଦ ସାହୁର ଜାମିନ ଆବେଦନ ଉପରେ ଶୁଣାଣି ଆସନ୍ତା ୧୫ ତାରିଖରେ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହେବ । ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେଶ୍ୟାମଙ୍କୁ ଗିରଫ ହୋଇଥିବାବେଳେ ଜାମିନ ପାଇଁ ଗୋବିନ୍ଦ ସାହୁଙ୍କ ଓକିଲ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଆବେଦନ କରିଛନ୍ତି । ପୂର୍ବରୁ ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସି କୋର୍ଟ ଜାମିନ ଖାରଜ ହୋଇଥିଲା । ତେବେ ଆସନ୍ତା ୧୫ ତାରିଖରେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଜାମିନ୍ ମିଳୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।