ମମିତା ମେହେର ହତ୍ୟାକାଣ୍ଡ ଘଟଣା : କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଜାମିନ ଆବେଦନ କଲା ମୁଖ୍ୟ ଅଭିଯୁକ୍ତ
![](https://thetruths.in/wp-content/uploads/2021/12/Mamita-Meher-Murder-Case.jpg)
ବଲାଙ୍ଗୀର : ବଲାଙ୍ଗୀର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଏହାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ପାଇଁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଆବେଦନ କରିଛନ୍ତି । କଳାହାଣ୍ଡି ମହାଲିଙ୍ଗ ସନ ସାଇନ ସ୍କୁଲର ପରିଚାଳକ ଗୋବିନ୍ଦ ସାହୁ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବରେ ଏବେ କଣ୍ଟାବାଞ୍ଜି ଜେଲରେ ବିଚାରଧୀନ କଏଦୀ ଭାବରେ ରହିଛନ୍ତି ।
ମମିତା ହତ୍ୟାକାଣ୍ଡ ମାମଲା ଏବେବଙ୍ଗୋମୁଣ୍ଡା ଜେଏମଏ ସି କୋର୍ଟରେ ମାମଲା ବିଚାରଧୀନ ରହିଛି। ସେପଟେ ଗିରଫ ପରେ ତାର ଜାମିନ ବଙ୍ଗୋମୁଣ୍ଡା ଫାଷ୍ଟଟ୍ରାକ କୋର୍ଟ ଖାରଜ କରିଥିଲେ । ପରେ ଗୋବିନ୍ଦର ଜାମିନ ଆବେଦନ କଣ୍ଟାବାଞ୍ଜି ଏଡିଜେଙ୍କ କୋର୍ଟରେ କରାଯାଇଛି । ଏବଂ କୋର୍ଟ ପୋଲିସକୁ ଏହାର କେସ ଡାଏରୀ ତଲବ କରିବା ସହ ଆସନ୍ତା ୬ ତାରିଖରେ ଜାମିନ ଶୁଣାଣି କରିବେ । ଏନେଇ ଗୋବିନ୍ଦଙ୍କ ଓକିଲ କହିଛନ୍ତି। ତେବେ ଜାମିନ ମିଳିବା ନେଇ ସେ ଆଶାବାଦୀ ଥିବାର ମଧ୍ୟ କହିଛନ୍ତି ।