ଵଲାଙ୍ଗିର ପୋଲିସକୁ ବଡ ସଫଳତା! ବେଆଇନ କଫ ସିରପ ଚାଲାଣ ବେଳେ ୧୮ ବେପାରୀ ଗିରଫ

ବଲାଙ୍ଗିର : ଵଲାଙ୍ଗିର ପୋଲିସକୁ ବଡ ସଫଳତା । ବେଆଇନ କଫ ସିରପ ଚାଲାଣ ବେଳେ ୧୮ ବେପାରୀ ଗିରଫ । ବେଆଇନ ଭାବେ କଫ୍ ସିରପ ଚାଲାଣ ହେଉଥିବା ଖବର ପାଇ ଅଚାନକ ଚଢ଼ାଉ କରିଥିଲା ପୋଲିସ। ୧୭ ଶହରୁ ଅଧିକ ବୋତଲ ଜବତ ।ଵଲାଙ୍ଗିର ସହର ସୁଦପଡାରେ ପୋଲିସ ଚଢ଼ାଉ କରିଥିବା ବେଳେ ୧୮ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଏହା ସହ ସେମାନଙ୍କ ନିକଟରୁ ଦାମୀ ବାଇକ ଓ କାର ମଧ୍ୟ ଜବତ ହୋଇଛି। କିପରି ଓ କେବେଠାରୁ ଏହି ନିଶା ବେପାର ଚାଲିଥିଲା ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।