ଲୁନା-୨୫ ଲ୍ୟାଣ୍ଡରକୁ ଚନ୍ଦ୍ର ଅଭିମୁଖେ ପଠାଇଲା ରୁଷ
![](https://thetruths.in/wp-content/uploads/2023/08/Russia-Launches-First-Lunar-Mission.jpg)
In this photo taken from video and released by Roscosmos State Space Corporation, the Soyuz-2.1b rocket with the moon lander Luna-25 automatic station takes off from a launch pad at the Vostochny Cosmodrome in the Russia's Far East, on Friday, Aug. 11, 2023. The launch of the Luna-25 craft to the moon will be Russia's first since 1976 when it was part of the Soviet Union. The Russian lunar lander is expected to reach the moon on Aug. 23, about the same day as an Indian craft which was launched on July 14. (Roscosmos State Space Corporation via AP)
ନୂଆଦିଲ୍ଲୀ: ରୁଷର ସ୍ପେସ୍ ଏଜେନ୍ସି ରୋସ୍କୋମୋସ୍ ୧୯୭୬ ମସିହା ଅର୍ଥାତ୍ ୪୭ ବର୍ଷ ପରେ ପ୍ରଥମ ଥର ପାଇଁ ଚନ୍ଦ୍ରକୁ ନିଜ ମୁନ୍ ମିଶନ୍ ପଠାଇଛି | ରୁଷ ଆମୁର ଭୋଷ୍ଟୋଚେନ ସ୍ପେସ୍ ବନ୍ଦରରୁ ସକାଳ ୮.୧୦ରେ (ସ୍ଥାନୀୟ ସମୟ) ଲୁନା -୨୫ ଲ୍ୟାଣ୍ଡରକୁ ଚନ୍ଦ୍ର ଅଭିମୁଖେ ପ୍ରେରଣ କରିଛି । ଲୁନା -୨୫ ଅଗଷ୍ଟ ୨୧ ସୁଦ୍ଧା ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବ ବୋଲି ରୁଷୀୟ ମହାକାଶ ସଂସ୍ଥା ପକ୍ଷରୁ କୁହାଯାଇଛି। ରୁଷ ଏହାର ଲୁନା-୨୫ ଲ୍ୟାଣ୍ଡରକୁ ସୋୟାଜ୍ ୨.୧ ବି ରକେଟ୍ ଦ୍ବାରା ଲଞ୍ଚ କରିଛି । ଏହି ରକେଟର ଲମ୍ବ ପ୍ରାୟ ୪୬.୩ ମିଟର ଓ ବ୍ୟାସ ୧୦.୩ ମିଟର । ଏହାର ଓଜନ ପ୍ରାୟ ୩୧୩ ଟନ୍ । ଏହି ମିଶନକୁ ଲୁନା-ଗ୍ଲୋବ ମିଶନ ମଧ୍ୟ କୁହାଯାଏ ।
ଲୁନା-୨୫ ଲ୍ୟାଣ୍ଡର ସଂପୂର୍ଣ୍ଣ ଭାବେ ରୁଷରେ ନିର୍ମିତ ହୋଇଛି । ସୋଭିଏତ୍ ସଂଘ ଭାଙ୍ଗିବା ପରେ ରୁଷ ପ୍ରଥମ ଥର ଚନ୍ଦ୍ର ମିଶନ ପଠାଇଛି । ଏହାପୂର୍ବରୁ ତତ୍କାଳୀନ ସୋଭିଏତ୍ ସଂଘ ପକ୍ଷରୁ ସେପ୍ଟେମ୍ବର ୧୯୫୮ ରୁ ଅଗଷ୍ଟ ୧୯୭୬ ମଧ୍ୟରେ ୨୪ଟି ଚନ୍ଦ୍ର ମିଶନ ଲଞ୍ଚ କରିଥିଲା। ଯଦି ରୁଷର ଲୁନା-୨୫ ସଫଳତାର ସହିତ ଚନ୍ଦ୍ରରେ ଲ୍ୟାଣ୍ଡିଂ କରେ, ତେବେ ଏହା ଭାରତର ଚନ୍ଦ୍ରଯାନ-୩ ର ଦୁଇ ଦିନ ପୂର୍ବରୁ ଚନ୍ଦ୍ରରେ ପହଞ୍ଚିବ । ଭାରତ ଜୁଲାଇ ୧୪ରେ ଚନ୍ଦ୍ରଯାନ-୩ ମିଶନ ଲଞ୍ଚ କରିଥିଲା ।
ଇତିହାସରେ ଏପର୍ଯ୍ୟନ୍ତ କେବଳ ତିନୋଟି ଦେଶ ଚନ୍ଦ୍ରରେ ଓହ୍ଲାଇବାରେ ସଫଳ ହୋଇଛନ୍ତି। ଏହି ତିନି ଦେଶ ହେଲେ ସୋଭିଏତ୍ ସଂଘ (ୟୁଏସ୍ଏସ୍ଆର୍), ଆମେରିକା ଏବଂ ଚୀନ୍ । ୟୁକ୍ରେନ ଆକ୍ରମଣ ପରେ ରୁଷ ଉପରେ ଲାଗିଥିବା ପ୍ରତିବନ୍ଧକ ଯୋଗୁଁ ଏହାର ମହାକାଶ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଥିବା ବେଳେ ଏହି ଚନ୍ଦ୍ର ମିଶନ ରୁଷ ପାଇଁ ସମ୍ମାନର ବିଷୟ ହୋଇଛି ।