ରାଜସ୍ଥାନର ନୂଆ ମନ୍ତ୍ରୀଙ୍କ ଲିଷ୍ଟ ଜାରି, ଆଜି ନେବେ ଶପଥ !
![](https://thetruths.in/wp-content/uploads/2021/11/Rajasthan-1024x576.jpg)
ଜୟପୁର : ମନ୍ତ୍ରୀଙ୍କ ଇସ୍ତଫା ପରେ ରାଜସ୍ଥାନ ସିଏମ ଅଶୋକ ଗେହଲୋଟ୍ ନିଜେ ରାଜ ଭବନରେ ପହଞ୍ଚିଥିଲେ। ଏଭଳି ପରିସ୍ଥିତିରେ ସେ ନିଜେ ସିଏମ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଥିଲା। କିନ୍ତୁ ବୈଠକରେ ସିଏମ, ରାଜ୍ୟପାଳଙ୍କ ନିକଟରେ ପଦରୁ ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ତାଲିକା ହସ୍ତାନ୍ତର କରିଛନ୍ତି। ରବିବାର ଦିନ ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଗେହଲୋଟ୍ ରବିବାର ଅପରାହ୍ନ ୪ଟାରେ ଶପଥ ଉତ୍ସବ ପାଇଁ ରାଜ ଭବନରୁ ସମୟ ପାଇଛନ୍ତି।
ରାଜସ୍ଥାନ ମନ୍ତ୍ରୀ ପରିଷଦ ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଅଧ୍ୟକ୍ଷତାରେ ବୈଠକ କରିଥିଲେ। ଏଥିରେ ସମସ୍ତ ମନ୍ତ୍ରୀ ସେମାନଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ମନ୍ତ୍ରୀ ପରିଷଦର ବୈଠକ ପରେ ରାଜ୍ୟ ପରିବହନ ମନ୍ତ୍ରୀ ପ୍ରତାପ ସିଂ ଖାଚାରିଆୱାସ ଏହି ସୂଚନା ଦେଇଛନ୍ତି। ଏହି ବୈଠକ ପରେ ଖାଚାରିଆୱାସ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।
ରବିବାର ଅପରାହ୍ନ ୨ଟାରେ କଂଗ୍ରେସ ବିଧାୟକମାନଙ୍କୁ ଦଳର ରାଜ୍ୟ କାର୍ଯ୍ୟାଳୟକୁ ଡକାଯାଇଛି। ଏହା ପରେ ଗେହଲୋଟ୍ ଏବଂ ଦଳର ରାଜ୍ୟ ଦାୟିତ୍ୱରେ ଥିବା ଅଜୟ ମାକନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ସ୍ଥିର ହେବ। ସେ କହିଛନ୍ତି ଯେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସମ୍ବୋଧିତ କରି ଇସ୍ତଫା ଦିଆଯାଉଛି, ଏହା ପରେ କ୍ୟାବିନେଟର ପୁନର୍ଗଠନ ପ୍ରକ୍ରିୟା ଚାଲିଛି। ଏଥିପାଇଁ ଦଳର ରାଜ୍ୟ ସଭାପତି ଗୋବିନ୍ଦ ସିଂ ଦୋଟାସାରା ଏକ ପ୍ରସ୍ତାବ ଦେଇଛନ୍ତି। ରବିବାର ଦିନ ଏହି ନୂତନ ଶପଥ ଗ୍ରହଣ ସମାରୋହ ହେବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ।
ସୂଚନା ଯେ, : ଶନିବାର ସନ୍ଧ୍ୟାରେ ରାଜସ୍ଥାନ ରାଜନୀତିରେ ଏକ ନୂଆ ମୋଡ଼ ଆସିଛି। କ୍ୟାବିନେଟ ବୌଠକ ଶେଷ ହେବା ମାତ୍ରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଏଥି ସହ ମନ୍ତ୍ରୀ ପ୍ରତାପ ସିଂହ ଖାଚାରିଆୱାସ୍ କହିଛନ୍ତି ଯେ, ବର୍ତ୍ତମାନ ସେଠାରେ ଉପସ୍ଥିତ ଥିବା ମନ୍ତ୍ରୀମାନେ ରବିବାର ଦିନ ୨ଟା ସମୟରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିବେ ଏବଂ ସେଠାରୁ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବାକୁ ଯିବେ। ଏହି ପରିପ୍ରେକ୍ଷୀରେ ରାଜ୍ୟ କ୍ୟାବିନେଟରେ ପୁନଃ ଗଠନ ପାଇଁ ୧୧ଟି କ୍ୟାବିନେଟ୍ ମନ୍ତ୍ରୀ ଏବଂ ୪ ଜଣ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ରାଜସ୍ଥାନର ମୋଟ ୧୫ ନେତାଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବିଳମ୍ବିତ ରାତିରେ ନିଶ୍ଚିତ ହୋଇଛି।