ଏଣିକି ଏଲଆଇସିରେ କେବଳ ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ପଦବୀ ରହିବ
![](https://thetruths.in/wp-content/uploads/2021/07/LIC.jpg)
- ଏଲଆଇସିରୁ ହଟିବ ଅଧ୍ୟକ୍ଷ ପଦବୀ
ନୂଆଦିଲ୍ଲୀ : ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରୁ ଅଧ୍ୟକ୍ଷ ପଦବୀକୁ ବାଦ୍ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଫଳରେ ଏଣିକି କେବଳ ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ପଦବୀ ରହିବ ।
ଚଳିତ ଆର୍ଥିକ ବର୍ଷରେ ଏଲଆଇସିର ଇନିସିଆଲ ପବ୍ଲିକ ଅଫର୍ ପୂର୍ବରୁ ସରକାର ଏ ସମ୍ପର୍କରେ ରହିଥିବା ନିୟମରେ ଆବଶ୍ୟକ ପରିବର୍ତ୍ତନ କରିବେ । ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଆର୍ଥିକ ସେବା ବିଭାଗ ପକ୍ଷରୁ ଏଭଳି ପରିବର୍ତ୍ତନ କରାଯାଇଛି । ସେଥିପାଇଁ ଭାରତୀୟ ଜୀବନ ବୀମା ନିଗମ (କର୍ମଚାରୀ) ପେନସନ (ସଂଶୋଧନ) ନିୟମରେ ସଂଶୋଧନ କରାଯାଇଛି । ଏହାବ୍ୟତୀତ ଏଲଆଇସି ଆଇନ, ୧୯୫୬ରେ ମଧ୍ୟ ଅନ୍ୟ କେତେକ ନିୟମରେ ସଂଶୋଧନ କରାଯାଇଛି । ଏଲଆଇସିର ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ଏଲଆଇସି ଆଇନ, ୧୯୫୬ ଧାରା ୪ ଅନୁଯାୟୀ ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତ ହେବେ । ଆଇପିଓରେ ଏଲଆଇସିକୁ ତାଲିକାଭୁକ୍ତ କରିବା କାର୍ଯ୍ୟ ସହଜ କରିବା ପାଇଁ ସରକାର ଏହାର ଅନୁମୋଦିତ ଅଂଶଧନ ବାବଦ ପୁଞ୍ଜି ପରିମାଣ ୨୫,୦୦୦ କୋଟି ଟଙ୍କାକୁ ବୃଦ୍ଧି କରିବା ବିଷୟ ଅନୁମୋଦନ କରିସାରିଛନ୍ତି ।