୭ଟି ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ
![](https://thetruths.in/wp-content/uploads/2021/11/Legislator-Laid-Foundation-Stone-of-Drinking-Water-Supply-Project-1024x576.jpg)
ବାଲେଶ୍ୱର : ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ତରଫରୁ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଲନ୍ଦା ସାରଗାଁ ଗ୍ରାମ ପଞ୍ଚାୟତର ମୋଟ ୭ ଗୋଟି ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନର ଶୁଭ ଶିଳାନ୍ୟାସ କରିଛନ୍ତି ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ l ମୋଟ ୫ କୋଟି ୩୬ ଲକ୍ଷ ଟଙ୍କା ବ୍ୟୟରେ ୭ ଗୋଟି ପ୍ରକଳ୍ପ ଗୁଡ଼ିକ ପଞ୍ଚାୟତର ଦୁବୁରାଇ, ଓଉପାଳ, ତେନ୍ତୁଳିମୁଣ୍ଡି, ପୋତାଗାଁ, ଦିଗିଦା, ଗୁଡୁଦା ଏବଂ ବଡ଼ଗୋବ୍ରା ଗ୍ରାମରେ ୨୭ କିମି ରୁ ଅଧିକ ପାନୀୟ ଜଳ ପାଇପ ଲାଇନ ବିଛା ଯିବାର ବ୍ୟବସ୍ଥା ହୋଇଅଛି l ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସରପଞ୍ଚ ଜଳଧର ବିଶ୍ୱାଳ, ପଞ୍ଚାୟତ ସମିତି ସଭ୍ୟ ଜୀବନ ମଲ୍ଲିକ, ପଞ୍ଚାୟତ ସଭାପତି ହରିଶ ଚନ୍ଦ୍ର ଦାସ, ଯୁବ ନେତା ଶକ୍ତିପଦ ରାୟ, ରବୀନ୍ଦ୍ର କୁମାର ରାଉତ, କିଶୋର କୁମାର ପ୍ରଧାନ, ଦୀପକ କୁମାର ଜେନା, ଆଶୁତୋଷ ରାଉତ, ପଦ୍ମଲୋଚନ ଜେନାଙ୍କ ସମେତ ବହୁତ ସଂଖ୍ୟାର ମହିଳା ମାନେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତ ଗ୍ରାମାଞ୍ଚଳରେ ପାଇପ ଯୋଗେ ପ୍ରତ୍ୟକ ଘରକୁ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରିଥିବାରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କୁ ଧନ୍ୟବାଦ ଜ୍ଞାପନ କରିଛିନ୍ତି l ଯଥାଶୀଘ୍ର ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବା ସହ ଲୋକମାନେ ତୁରନ୍ତ ଘରକୁ ଘର ପାନୀୟ ଜଳ ପାଇବେ ବୋଲି ବିଧାୟକ ଶ୍ରୀ ଦାସ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ l