ଟୋକିଓ ଅଲମ୍ପିକ୍ସରେ ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ ଭାଗ ନେବେ ଲାଉରେଲ୍
![](https://thetruths.in/wp-content/uploads/2021/06/Laurel-Haward-1024x625.jpeg)
ନୂଆଦିଲ୍ଲୀ : ନ୍ୟୁଜିଲ୍ୟାଣ୍ଡ ଅଲମ୍ପିକ୍ କମିଟି ଟୋକିଓ ଅଲମ୍ପିକ୍ସକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । କମିଟି ଭାରତ୍ତୋଳକ ଲାଉରେଲ୍ ହବାର୍ଡଙ୍କୁ ୮୭ କେଜି ବର୍ଗରେ ଭାଗ ନେବା ପାଇଁ ଚୟନ କରିଛି । ଏଥିସହିତ ପ୍ରଥମ ଟ୍ରାନ୍ସଜେଣ୍ଡର ଅର୍ଥାତ ତୃତୀୟ ଲିଙ୍ଗୀ ଭାବେ ଲାଉରେଲ୍ ଏହି ଅଲମ୍ପିକ୍ରେ ଭାଗ ନେବେ । ତାଙ୍କୁ ମହିଳା କ୍ୟାଟେଗୋରୀରେ କମିଟି ଚୟନ କରିଛି ।
ପୂର୍ବରୁ କୌଣସି ବି ଟ୍ରାନ୍ସଜେଣ୍ଡର ଅଲମ୍ପିକ୍ସରେ ଭାଗ ନେଇନାହାନ୍ତି । ପ୍ରଥମ ଥର ପାଇଁ ଲାଉରେଲ୍ଙ୍କୁ କମିଟି ମହିଳା ବର୍ଗରେ ଅଲମ୍ପିକ୍କୁ ପଠାଉଛି । ୪୩ ବର୍ଷୀୟ ଲାଉରେଲ୍ ୨୦୧୩ ମସିହାରେ ପୁରୁଷ ବିଭାଗରେ ଭାରତ୍ତୋଳନରେ ଭାଗ ନେଇଥିଲେ । ସେ ଏ ନେଇ କହିଛନ୍ତି ଯେ, ମୁଁ ଭାଗ୍ୟବାନ ଯେ, ମତେ ଦେଶ ପାଇଁ କିଛି କରିବାକୁ ସୁଯୋଗ ମିଳିଛି । ଏହା ପଛରେ ନ୍ୟୁଜିଲ୍ୟାଣ୍ଡବାସୀଙ୍କ ସପୋର୍ଟ ଏବଂ ଭଲପାଇବା ରହିଛି । କମିଟିକୁ କୃତଜ୍ଞତା ଦେବା ସହିତ ସେ ଏହି ଷ୍ଟେଟ୍ମେଣ୍ଟ୍ ଦେଇଛନ୍ତି । ସୂଚନା ଯେ, ଲାଉରେଲ୍ ୨୦୧୫ ମସିହାରୁ ଅଲମ୍ପିକ୍ସରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । କିନ୍ତୁ ଅନ୍ତର୍ଜାତୀୟ ଅଲମ୍ପିକ୍ କମିଟି ଏନେଇ କୌଣସି ଗାଇଡ୍ଲାଇନ୍ ଜାରି କରିନଥିଲା । କମିଟି ପରେ ଏନେଇ ନିଷ୍ପତ୍ତି ନେଇଥିଲେ ଯେ, ଜଣେ ଟ୍ରାନ୍ସଜେଣ୍ଡର ଆଥଲେଟ୍ ମହିଳା କ୍ୟାଟେଗୋରୀରେ ଭାଗ ନେଇପାରିବେ । ଏଥିପାଇଁ ତାଙ୍କ ଟେଷ୍ଟୋଷ୍ଟିରେନ୍ ଲେଭେଲ୍ ୧୦ ନାନୋମେଲ୍ ଲି. ତଳକୁ ରହିଥିବା ଆବଶ୍ୟକ । ଏହି ନିୟମକୁ ନେଇ ନ୍ୟୁଜିଲାଣ୍ଡ ଆଥଲେଟ୍ କମିଟି ତାଙ୍କୁ ଚୟନ କରିଥିବା ଜଣାପଡ଼ିଛି ।