ସ୍ଥଳ ସେନାରେ ସାମିଲ ହେଲା ଅତ୍ୟାଧୁନିକ ହେରନ ଡ୍ରୋନ, ଲଦାଖ ସେକ୍ଟରରେ ହେବ ମୂତୟନ
![](https://thetruths.in/wp-content/uploads/2021/11/Heron-Drone-1024x680.jpg)
A Hunter Joint Tactical Unmanned Aerial Vehicle (UAV) in flight during a Combat Search and Rescue (CSAR) training exercise at Fallon Naval Air Station (NAS), Nevada (NV), during exercise DESERT RESCUE XI. The Hunter is an Israeli multi-role short-range UAV system in service with the US Army (USA). The exercise is a joint service Combat Search and Rescue (CSAR) training exercise hosted by the Naval Strike and Warfare Center, designed to simulate downed aircrews, enabling CSAR related missions to experiment with new techniques in realistic scenarios.
ନୂଆଦିଲ୍ଲୀ : ଏଲଏସି ନିକଟବର୍ତ୍ତୀ ଲଦାଖ ସେକ୍ଟରରେ ଚୀନର ଅନୁପ୍ରବେଶ ଓ ସାମରିକ ଗତିବିଧି ଲାଗି ରହିଥିବାବେଳେ ଭାରତୀୟ ସେନାର ସର୍ଭିଲାନ୍ସ ବ୍ୟବସ୍ଥାକୁ ବଡ ଅସ୍ତ୍ର ମିଳିଛି । ୪ଟି ଇସ୍ରାଏଲ ନିର୍ମିତ ଅତ୍ୟାଧୁନିକ ହେରନ ଡ୍ରୋନ ସ୍ଥଳସେନାରେ ସାମିଲ ହୋଇଛି ।
ଏହାକୁ ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖାର ଲଦାଖ ସେକ୍ଟରରେ ମୂତୟନ କରାଯିବା ନେଇ ସୂଚନା ମିଳିଛି । ଲଦାଖରେ ଏହା ମୂତୟନ ହେବା ପରେ ଭାରତୀୟ ସେନାକୁ ଡ୍ରାଗନ ସେନାର ଗତିବିଧି ଓ ଅନୁପ୍ରବେଶ ଷଡଯନ୍ତ୍ର ସମ୍ପର୍କରେ ସହଜରେ ତଥ୍ୟ ମିଳିପାରିବା ସହ ଏହାକୁ ପଣ୍ଡ କରିବା ମଧ୍ୟ ସହଜ ହେବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି । ଭାରତକୁ ଆସିଥିବା ଡ୍ରୋନ ଗୁଡିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଭାବେ ହସ୍ତାନ୍ତର କରାଯାଇଛି । ଏହାକୁ ତୁରନ୍ତ ସୀମାରେ ମୂତୟନ କରାଯିବ । ଏହି ଅତ୍ୟାଧୁନିକ ଡ୍ରୋନ ତାର ପୂର୍ବ ସଂସ୍କରଣ ଠାରୁ ବୈଷୟିକ ଭାବେ ବେସ ଅତ୍ୟାଧୁନିକ ବୋଲି ବିଚାର କରାଯାଉଛି । ଆଣ୍ଟି ଜାମିଂ କ୍ଷମତା ମଧ୍ୟ ଏହି ସଂସ୍କରଣରେ ବିକଶିତ ହୋଇଥିବାରୁ ପୂର୍ବ ଭର୍ସନ ଠାରୁ ଏହା ପ୍ରଭାବୀ ଭାବେ କାର୍ଯ୍ୟ କରିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାର ପ୍ରତିରକ୍ଷା ବାହିନୀକୁ ପ୍ରଦାନ କରିଥିବା ଜରୁରୀକାଳୀନ ଆର୍ଥିକ କ୍ଷମତା ଅଧୀନରେ ଇସ୍ରାଏଲ ସହିତ ଏହି ଅତ୍ୟାଧୁନିକ ଡ୍ରୋନ କ୍ରୟ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ତେବେ ଏହି ଆର୍ଥିକ କ୍ଷମତା ବ୍ୟବହାର କରି ସୁରକ୍ଷା ବଳ ଜରୁରୀକାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୫୦୦ କୋଟି ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ ଉପକରଣ ଏବଂ ସିଷ୍ଟମ କ୍ରୟ କରିପାରିବା ନେଇ ପ୍ରାବଧାନ ରହିଛି ।