ନୀଳଗିରିରୁ ଲମ୍ବିଛି ଘଟଗାଁ ଋଣ କରାଇଦେବା ନାଁରେ ଲୁଟିଲେ ଲକ୍ଷାଧିକ ଟଙ୍କା; ଜଣେ ଗିରଫ
ନୀଳଗିରି : ବିଭିନ୍ନ ଋଣ କରାଇ ଦେବା ନାଁରେ ନୀଳଗିରିରେ ମାତିଛନ୍ତି ଦଲାଲ । କେବଳ ନୀଳଗିରି ଅଂଚଳରେ ପାର୍ଦୁଭାବ ବିସ୍ତାର କରି ନ ଥିବା ବେଳେ ଆନ୍ତଜିଲ୍ଲାରେ ଏମାନଙ୍କର ପାର୍ଦୁଭାବର ଚେର ଲମ୍ବିଥିବା ବେଳେ ଶେଷରେ ଘଟଗାଁ ପୋଲିସ ନୀଳଗିରି ରେ ପହଂଚି କାହାଳିଆ ଗ୍ରାମର ଋଣ ଦଲାଲଙ୍କୁ ଗିରଫ କରିଛି । ପ୍ରାପ୍ତ ସୂଚନା ଅନୁସାରେ ପଣ୍ଡାପଡ଼ା ଥାନା ଅଧୀନସ୍ଥ ପଣ୍ଡାପଡ଼ା ଅଂଚଳର ଜଗବନ୍ଧୁ ପଲେଇଙ୍କୁ ନୀଳଗିରି ଥାନା ଅଧିନସ୍ଥ କାହାଳିଆ ଗ୍ରାମର ଉମାକାନ୍ତ ଦାସ ର ପୁଅ ପ୍ରଭାକର ଦାସ (ଭାଲୁ) ନିଜର ସହଯୋଗୀଙ୍କୁ ନେଇ କୁକୁଡ଼ା ଫାର୍ମ ହାଉସ ପାଇଁ ସବସିଡ ଲୋନ କରାଇ ଦେବା ଆଳରେ ଗତ ୨୧.୦୯.୨୨ରିଖରେ ଘଟଗାଁରେ ପହଂଚି ଜଗବନ୍ଧୁ ପଲେଇଙ୍କ ଠାରୁ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା ନେଇ ଆସିଥିଲେ । ମାତ୍ର ଆଜି ହେବ, କାଲି ହେବ ବୋଲି କହି ଉଭୟ ପକ୍ଷ ମୋବାଇଲରେ କଥାବାର୍ତା ହେଉଥିଲେ । ମାତ୍ର ଜଗବନ୍ଧୁ ପଲେଇ ଏହା ଠକାମି ବୋଲି ଜାଣି ପାରିଲା ପରେ ଶେଷରେ ଘଟଗାଁ ଥାନାରେ ଅଭିଯୋଗ କରିଥିଲେ । ଘଟଗାଁ ଥାନାର ଥାନା ଅଧିକାରିଣୀ ପ୍ରତିମାମଂଜରୀ ସାହୁ ନୀଳଗିରି ଥାନା ସହାୟତାରେ କାହାଳିଆ ଗ୍ରାମରୁ ଗୁରୁବାର ଭୋର ସମୟରେ ପ୍ରଭାକର ଦାସ କୁ ଗିରଫ କରିଛନ୍ତି । ଲୋନ୍ କରାଇ ଦେବା ବାବଦରେ ମୋବାଇଲ ଟ୍ରାପରୁ ମଧ୍ୟ ଜଡ଼ାପଡ଼ିଥିବାର ଘଟଗାଁ ଆଇ.ଆଇ.ସି. ପ୍ରତୀମା ମଂଜରୀ ସାହୁ ସୂଚନା ଦେବା ସହ ଏକ ଏ.ଟି.ଏମ. ଭାଙ୍ଗି ୨୨ଲକ୍ଷ ଲୁଟ ଘଟଣାରେ ନୀଳଗିରି ଅଧିନସ୍ଥ କାହାଳିଆ ଗ୍ରାମର ସନ୍ତୋଷ ଜେନା ଜଡ଼ିତ ଥିବାର ବିଶେଷ ସୂତ୍ରରୁ ଜଣାପଡ଼ିଥିବାବେଳେ ଢ଼େଙ୍କାନାଳର ଗଜିଆଁ ଥାନା ଅଂଚଳରେ ଉକ୍ତ ଏ.ଟି.ଏମ. ଲୁଟ ଘଟାରେ ନୀଳଗିରିକୁ ଆସିଥିବା ବେଳେ ସନ୍ତୋଷ ଜେନାକୁ ପାଇ ନ ଥିଷଲ । ସନ୍ତୋଷ ଜେନାଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧ , ଲୁଟ ଆଦି ଘଟଣାରେ ସଂପୃକ୍ତି ଥିବା ଜଣାପଡ଼ିଛି ।