କାବୁଲ : ରୁଷ ଦୂତାବାସ ବାହାରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
![](https://thetruths.in/wp-content/uploads/2022/09/Suicide-bombing-outside-the-Russian-embassy.jpg)
କାବୁଲ : ରୁଷ ଦୂତାବାସ ବାହାରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ: ଆଫଗାନିସ୍ତାନରେ ରାଜଧାନୀ କାବୁଲ ପୁଣି ଥରେ ଏକ ଭୟଙ୍କର ବିସ୍ଫୋରଣରେ ଥରି ଉଠିଛି । ବିସ୍ଫୋରଣଟି ରୁଷ ଦୂତାବାସ ନିକଟରେ ହୋଇଛି । ସୂଚନା ଅନୁସାରେ ରୁଷ ଦୂତାବାସର ଫଟାକ ନିକଟରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ବର୍ତମାନ ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ରୁଷ ଦୂତାବାସର ଦୁଇ ଜଣ କର୍ମଚାରୀ ଥିବା ଜଣାପଡିଛି । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା । ଦୂତାବାସ ବାହାରେ ମୁତୟନ ଥିବା ତାଲିବାନର ସୁରକ୍ଷାକର୍ମୀ ଆକ୍ରମଣକାରୀଙ୍କୁ ଚିହ୍ନି ସାରିଥିଲେ ଏବଂ ଗୁଳି ମାରିଥିଲେ । କିନ୍ତୁ ହଠାତ ବିସ୍ଫୋରଣ ହୋଇଥିଲା ।