ଟାଉନ ହାଇସ୍କୁଲର ଆନ୍ତଃଶ୍ରେଣୀ କବାଡ଼ି ପ୍ରତିଯୋଗିତା ଉଦଯାପିତ
![](https://thetruths.in/wp-content/uploads/2022/11/Town-High-School-1024x576.jpg)
ବାଲେଶ୍ୱର : ଟାଉନ ହାଇସ୍କୁଲରେ ୩ ଦିନ ଧରି ଚାଲିଥିବା ଆନ୍ତଃଶ୍ରେଣୀ କବାଡ଼ି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଆୟୋଜିତ ଫାଇନାଲ ମ୍ୟାଚକୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁମତି ରାଉତ, ଆଲୁମିନି ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି, ଶିକ୍ଷକ ଦାମୋଦର ପଣ୍ଡା ପ୍ରମୁଖ ଖେଳାଳିଙ୍କ ସହ କରମର୍ଦ୍ଦନ ପୂର୍ବକ ଉଦଘାଟନ କରିଥିଲେ । ଏହି ପ୍ରତିଯୋଗିତା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାତୃଭାବ ବୃଦ୍ଧି କରିଥାଏ ବୋଲି ଅତିଥିମାନେ କହିଥିଲେ ।
![](https://thetruths.in/wp-content/uploads/2022/11/Kabaddi-Competition-2-1024x576.jpg)
![](https://thetruths.in/wp-content/uploads/2022/11/Kabaddi-Competition-1024x576.jpg)
ବାଳକ ଜୁନିୟର ବିଭାଗ ଫାଇନାଲ ମ୍ୟାଚ ଅଷ୍ଟମ ଶ୍ରେଣୀ କ ଓ ଖ ବିଭାଗ ମଧ୍ୟରେ, ବାଳିକା ଜୁନିୟର ବିଭାଗ ଅଷ୍ଟମ ଶ୍ରେଣୀ କ ଓ ଖ ଏବଂ ସିନିୟର ବିଭାଗ ଫାଇନାଲ ମ୍ୟାଚ ଦଶମ ଶ୍ରେଣୀ କ ଓ ଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଳକ ଜୁନିୟରରେ ଅଷ୍ଟମ ଖ, ବାଳିକା ଜୁନିୟରରେ ଅଷ୍ଟମ କ ଏବଂ ସିନିୟର ବର୍ଗରେ ଦଶମ କ ଚମ୍ପିୟାନ ଘୋଷିତ ହୋଇଥିଲା । ଏହି ମ୍ୟାଚଗୁଡ଼ିକୁ ଖ୍ରୀଷ୍ଟିୟାନ ହାଇସ୍କୁଲର ଖେଳ ଶିକ୍ଷକ ଚିତରଂଜନ ପାଶା, ଟାଉନ ହାଇସ୍କୁଲର ଖେଳ ଶିକ୍ଷୟିତ୍ରୀ କଳ୍ପଲତା ରଥ ପରିଚାଳନା କରିଥିଲେ । ଶିକ୍ଷକ ଅକ୍ଷୟ କୁମାର ପାତ୍ର, ଏସଏମସି ସଭାପତି ପ୍ରଦୀପ କୁମାର ଖୁଂଟିଆଙ୍କ ସମେତ ବିଦ୍ୟାଳୟର ସମସତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ କବାଡ଼ି ପ୍ରତିଯୋଗିତା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।